ଦୁଷ୍କର୍ମର ଶିକାର ହେଲେ ନାବାଳକ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ନୁଆଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଯୌନ ନିର୍ଯାତନାର ଶିକାର ହେଇଛନ୍ତି ନାବାଳକ l ମିଳିଥିବା ସୂଚନା ଅନୁସାରେ ଗତ ୦୪ ତାରିଖ ଦିନ ନାବାଳକ ଜଣକ ଘର ନିକଟସ୍ଥ ଖେଳ ପଡିଆରେ ଖେଳିବାକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ଗୋପାଳ ଅର୍ଜୁନ ନାମକ ଜଣେବ୍ୟକ୍ତି ନାବାଳକକୁ ଚକଲେଟର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା l ପରେ ସେଠାରେ ନାବାଳକଙ୍କ ସହ ଗୋପାଳ ଅପ୍ରୀତିକର ଯୌନ ସମ୍ପର୍କ ରଖିଥିଲା l ନାବାଳକ ଜଣକ ସେତେବେଳେ ଏହି ବିଷୟରେ କାହାକୁ କିଛି କହି ନ ଥିଲା l ପରେ ସେ ତାଙ୍କ ମାଁଙ୍କୁ ଏହି ବିଷୟରେ ଜଣେଇ ଥିଲା l ଏହା ଜାଣିବା ପରେ ଆଜି ପୀଡିତ ନାବାଳକଙ୍କ ମାଁ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ଆଧାରରେ ପୋଲିସ କେଶ ନମ୍ବର ୨୪୯ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଏକ ଟିମ କରି ଅଭିଯୁକ୍ତ ଗୋପଳକୁ ଗିରଫ କରିବା ନିମନ୍ତେ ଖୋଜା ଖୋଜି ଚଲାଇ ଥିବା ପ୍ରକାଶ କରିଛନ୍ତି l

Comments (0)
Add Comment