ନାବାଳିକାର ଅନ୍ତରଂଗ ମୁହୁର୍ତ୍ତର ଭିଡିଓ ଭାଇରାଲ , ୨ ଗିରଫ

ମାଲକାନଗିରି (କୋଶଲ ନ୍ୟୁଜ୍) ନାବାଳିକାର ଅଶ୍ମୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା MV-79 ଥାନା ଅନ୍ତର୍ଗତ MV-107 ଗ୍ରାମର ଯାଦବ ମିର୍ଦ୍ଧା ଦେଢ଼ ମାସ ତଳେ ଜଣେ ନାବାଳିକା ସହିତ ଶାରୀରିକ ସଂପର୍କ ରଖିଥିଲା । ଶାରୀରିକ ସଂପର୍କ ରଖିବା ସମୟରେ ଯାଦବ ଏହାକୁ ମୋବାଇଲରେ ଭିଡିଓ ରେକର୍ଡି କରିଥିଲେ l ପରେ ପରେ ଯାଦବ ଓ ତାର ଜଣେ ନାବାଳକ ସାଙ୍ଗ ନାବାଳିକାର ଅନ୍ତରଂଗ ମୁହୁର୍ତ୍ତର ଭିଡିଓକୁ ଭାଇରାଲ କରିଥିଲେ l ନାବାଳିକାର ଅଶ୍ମୀଳ ଭିଡିଓ
ଭାଇରାଲ ଖବର ପରିବାର ଲୋକେ ଜାଣିବା ପରେ ନାବାଳିକାର ବାପା କାଲିମେଳା ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ଆଧାରରେ ପୋଲିସ ନାବାଳିକାର ଡାକ୍ତରୀ ପରୀକ୍ଷା କରିଥିଲେ l କାଲିମେଲା ଥାନାରେ ମାମଲା ନମ୍ବର 146 Dt. 04.07.2021 U / S 376 (3) / 354-D / 294/506/34 IPC r / w ଧାରା 6 (1) POCSO ଅଧିନିୟମ r / w ବିଭାଗ 66-E / 67/67-B ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତ ଏବଂ CCL ର ମୋବାଇଲ୍ ଫୋନ୍ ଓ ଭିଡିଓ କ୍ଲିପ ଜବତ କରାଯାଇଛି। ଯାଦବ ଓ ତାର ନାବାଳକ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର କାଲିମେଳା ଥାନା ଅଧୁକାରୀ ଜଗଦିଶ ବାରା ସୁଚନା ଦେଇଛନ୍ତି ।

Comments (0)
Add Comment