ମୋବାଇଲରୁ ମୋବାଇଲ ଭାଇରଲ ହେଉଛି ବିରଳ ଶିଶୁ ଫଟୋ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ଚିକିତ୍ସାଳୟରେ ଆଜି ରାତ୍ର ସମୟରେ ଏକ ବିରଳ ନବଜାତ ଶିଶୁ ଜନ୍ମ। ଜନ୍ମ ପରେ ଗୁରୁତର ଥିବାରୁ କାଲିମେଳାରୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ Mv-72 ଗ୍ରାମର କୁମ୍ଭାର ସାହିରେ କଇଳାଶ କୁମ୍ଭାରଙ୍କ ସ୍ତ୍ରୀ ପ୍ରମିଳା କୁମ୍ଭାରଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ପ୍ରମିଳାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ତାଙ୍କର ଦୁଇଟି ଶିଶୁ ଜନ୍ମ ହେଇଥିଲେ l ଗୋଟିଏ ଶିଶୁ ସୁସ୍ଥ ଥିବା ବେଳେ ଅନ୍ୟ ଜଣ ଶିଶୁ ବିରଳ ଜନ୍ମ ହୋଇଥିବା ଦେଖିବାକୁ ମିଳିଛିl ବିରଳ ଶିଶୁ ଟି ର୍ ସ୍ୱାସ୍ଥ୍ୟ ଅବସ୍ତା ଠିକ୍ ନ ଥିବାରୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନନ୍ତରିତ କରଯାଇଅଛି। ସେପଟେ ଏହି ବିରଳ ନବଜାତ ଶିଶୁ ଟିର ଫଟୋ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଚି ।

Comments (0)
Add Comment