ସାପ କାମୁଡାରେ ମହିଳା ଗୁରୁତର

ମାଲକାନଗିରି ( କୋଶଲ ନ୍ୟୁଜ୍) ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-48 ଗ୍ରାମର ରଞ୍ଜିତା ସରକାରଙ୍କୁ ଗତକାଲି ଏକ ବିଷଧର ସାପ କାମୁଡିଥିଲା l ସାପ କାମୁଡିଥିବା ଖବର ଜାଣିବା ପରେ ତାଙ୍କ ସ୍ୱାମୀ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା l ଚିକିତ୍ସା ପରେ ମହିଳା ଜଣକ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି l

Comments (0)
Add Comment