ମହିଳା ମହାବିଦ୍ୟାଳୟ ଠାରେ ” ବନ ମହୋତ୍ସବ ସପ୍ତାହ “ଆୟୋଜନ

ମାଲକାନଗିରି ( କୋଶଲ ନ୍ୟୁଜ୍) ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହକୁ ” ବନ ମହୋତ୍ସବ ସପ୍ତାହ ” ରୂପେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଇଛି l ଆଜି ରାଜ୍ୟ ଆଇନ ସେବା ପ୍ରାକରଣର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧୁକରଣ , ମାଲକାନଗିରି ଅନୁକୂଲ୍ୟରେ କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ” ବନ ମହୋତ୍ସବ ସପ୍ତାହ ” ଆୟୋଜନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାର ଜିଲ୍ଲା ଦୌରା ଜର୍ଜ ମୁଖ୍ୟ ଅତିଥୀ ଭାବେ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଚାରା ରୋପଣ କରି ଉଦ୍ଘାଟନ କରିଥିଲେ । ଆଜିର ଏହି କାର୍ୟ୍ଯକ୍ରମରେ କୁମାରୀ ରେଖା ପ୍ରସାଦ , ଶ୍ରୀଯୁକ୍ତ ମହଲତ ସା , ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ (ମାଲକାନଗିରି), ଶ୍ରୀଯୁକ୍ତ ବିଶ୍ଵରଞ୍ଜନ ବେହେରା , ମୁଖ୍ୟ ଦଣ୍ଡ ନ୍ୟାୟିକ ଅଧୁକାରୀ ( ମାଲକାନଗିରି), ଶ୍ରୀଯୁକ୍ତ ରାକେଶ କୁମାର ମୁଦୁଲି , ସଚିବ ଜିଲ୍ଲା ଆଇନସେବା ପ୍ରାକରଣ , ଡା ନିଶାକର ସାହୁ , ଉପଖଣ୍ଡ ଦଣ୍ଡାଧୁକରୀ , ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା , ଅଧକ୍ଷ , କନିଷ୍ଠ ମହିଳା ମହାବିଦ୍ୟାଳୟ , ଶ୍ରୀଯୁକ୍ତ ଅନିଲ କୁମାର ପାଲ , ଫରେଷ୍ଟ ରେଞ୍ଜର ଅଧୁକାରୀ , କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ର କର୍ମଚାରୀ , ପ୍ୟାନେଲ ଆଡଭୋକେଟ , ପାରା ଲିଗାଲ ସ୍ଵଛାସେବୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ବୃକ୍ଷରୋପଣ ସପ୍ତାହ କାର୍ଯ୍ୟକ୍ରମରେ ମାଲକାନଗିରି ବନ ବିଭାଗ ପ୍ରାୟ ୧୦୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା l

ମାଲକାନଗିରି ରୁ ବ୍ୟୁରୋ ଚିଫ ବିବେକାନନ୍ଦ ନାଥ ।

Comments (0)
Add Comment