ବିଶ୍ବ ପରିବେଶ ଦିବସ ସଚେତନତା କାର୍ଯ୍ୟକ୍ରମ ଅନଲାଇନରେ

ମାଲକାନଗିରି ( କୋଶଲ ନ୍ୟୁଜ୍) ବିଶ୍ଵ ପରିବେଶ ଦିବସ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଦ୍ଵାରା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଓ ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ତଥା ସ୍ଵେଛାସେବୀ ଡାଃ ରଞ୍ଜନ କୁମାର ସ୍ଵାଇଁ ଉକ୍ତ ଅନଲାଇନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶ ମଣ୍ଡଳ ତନ୍ତ୍ରର ପୁନଉଦ୍ଧାର, ଅନାବଶ୍ୟକ ଜଙ୍ଗଲ କ୍ଷୟ , ପରିବେଶ ପ୍ରଦୂଷଣ , ସବୁଜ ଗୃହ ବାଷ୍ପର ବୃଦ୍ଧି ଏବଂ ଜଳବାଯୁ ତାପୟନ ଓ ଜଳବାଯୁ ପରିବର୍ତ୍ତନ ଫଳରେ ପରିବେଶ ଅବନ୍ନତି ହେବା ହେବା ସହ ମଣିଷ ସମାଜ ବିପତି ଆଡକୁ ଟାଣି ହେଉଛି ଏହା ଦ୍ଵାରା ମଣିଷ ସମାଜକୁ ବିଭିନ୍ନ ଭୂତାଣୁ ଜନିତ ରୋଗ, ପ୍ରକୃତିକ ଦୁର୍ବିପାକ, ଜୀବଜଗତ ପ୍ରତି ଏକ ବହୁତ ଆୱାନ ରୂପ ଦେଖା ଦେଇଛି ବୋଲି ସମସ୍ତ କଲେଜ ଛାତ୍ରଛାତ୍ରୀ , ଯୁବବର୍ଗଙ୍କୁ ଆଲୋକପାତ କରିଥିଲେ ।

Comments (0)
Add Comment