ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନ

ମାଲକାନଗିରି ( କୋଶଲ ନ୍ୟୁଜ୍) ତମ୍ବାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତୀ କାରକ ଏହା ଜାଣି କି ମଧ୍ୟ ଆଜିର ଯୁବ ପିଢ଼ି ଏହାକୁ ସେବନ କରି ନିଜକୁ ବିନାଶ ପଥରେ ଅଗ୍ରସର କରୁଛନ୍ତି l ତମ୍ବାଖୁ ଆମ ଶରୀର ପାଇଁ କେତେ କ୍ଷତୀ କାରକ ଏହି ବିଷୟରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବ ରେଡ କ୍ରସ ତରଫରୁ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା l ଯୁବ ରେଡ କ୍ରସର ଆବାହକ ତଥା ସମ୍ପାଦକ ଡ଼. ରଞ୍ଜନ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ Covid-19 ନିୟମ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀ ” ବିଶ୍ୱ ତମ୍ବାଖୁ ବର୍ଜନ ଦିବସ” ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ସଭାରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତା ମାନେ ସେମାନେ ଆଜି ଠାରୁ ଜୀବନ ସାରା ତମ୍ବାଖୁ ସେବନ କରିବେ ନାହିଁ ଶପଥପାଠ କରିଥିଲେ l କେବଳ ଏତିକି ନୁହେଁ କାର୍ୟ୍ଯକର୍ତ୍ତା ମାନେ ନିଜ ପରିବାର,ବନ୍ଧୁ ବାନ୍ଧବ ସହ ସାହି ପଡୋଶୀ ଲୋକଙ୍କୁ ମଧ୍ୟ ତମ୍ବାଖୁ ସେବନ ନ କରିବା ପାଇଁ ବୁଝେଇବେ l ବିଶ୍ୱ ତମ୍ବାଖୁ ବର୍ଜନ ଦିବସର ମୂଳ ଉଦେଶ୍ୟ “Commit to Quit” ଅଟେ l ସମ୍ପାଦକ ଡ଼. ରଞ୍ଜନ କୁମାର ସ୍ୱାଇଁ ସବୁ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତି କରି ଥିଲେ l ସଭା ସମାପ୍ତି ପରେ ସମସ୍ତ କାର୍ଯ୍ୟକର୍ତା ମାନେ ହାତରେ Placket ଓ Banner ଧରି ମାଲକାନଗିରି ମୁଖ୍ୟ ରାସ୍ତାରେ ରେଲି କରିଥିଲେ l ଆଜିର ଏହି କାର୍ଯକ୍ରମ ବିଶ୍ୱବିଦ୍ୟାଳୟର ଅନୁଦାନ ଆୟୋଗ, ଶିକ୍ଷା ମନ୍ତ୍ରlଲୟ, ଭାରତ ସରକାରଙ୍କ ନିର୍ଦେଶ କ୍ରମେ ଆୟୋଜିତ ହେଇଥିଲା l

Comments (0)
Add Comment