ଯୁବକଙ୍କର ଆତ୍ମହତ୍ୟା

ମାଲକାନଗିରି ( କୋଶଲ ନ୍ୟୁଜ୍) ବିବାହରେ ଆସି ଘରକୁ ଫେରି ନ ଯାଇ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତ ଦେହ l ମିଳିଥିବା ସୂଚନା ଅନୁସାରେ
ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲିଗୁଡ଼ା ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଜଇତ l ବିବାହ କାର୍ଯ୍ୟ ଶେଷ ହେବା ପରେ ସମ୍ପର୍କୀୟମାନେ ନିଜ ନିଜ ଘରକୁ ଫେରି ଯାଇଥିବାବେଳେ ଜଇତ କୌଣସି କାରଣରୁ ରେଙ୍ଗାଲିଗୁଡ଼ା ଗ୍ରାମରେ ରହି ଯାଇଥିଲା । ଆଜି ସକାଳେ ଜଇତ କୁ ନ ଦେଖିବାରୁ ଅନେକ ଖୋଜାଖୋଜି କଲା ବେଳକୁ ତାଙ୍କ ମୃତଶରୀର ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଏନେଇ ସମ୍ପର୍କୀୟଙ୍କ ପକ୍ଷରୁ ପଡ଼ିଆ ଥାନାକୁ ଲିଖିତ ଅଭିଯୋଗ ଦିଆଯାଇଥିଲା । ଅଭିଯୋଗ ପାଇ ପଡିଆ ଥାନା ଅଧିକାରୀ ତାଙ୍କର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ୍ ନଂ –୧୨/୨୧ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜଣେଇଛନ୍ତି

Comments (0)
Add Comment