ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ହୋଇଛି। ପୁଡୁଚେରୀ ଶ୍ରୀଅରବିନ୍ଦ ଆଶ୍ରମ ହସ୍ପିଟାଲର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ଯା ୮ଟା୩୫ମିନିଟ୍ ସମୟରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ମନୋଜ ଦାସ ଅସୁସ୍ଥ ରହିଥିଲେ। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ମନୋଜ ଦାସଙ୍କ ଅବଦାନ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପାଇଁ ଥିଲା ଅତୁଳନୀୟ। ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ମନୋଜ ଦାସ। ସେ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ରଚୟତା। ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଓ ୨୦୨୦ରେ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ର ରାଜ୍ୟପାଳ ମହାମହିମ ଶ୍ରୀଯୁକ୍ତ ଗଣେଶି ଲାଲ୍ ମଧ୍ଯ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ର କୋଟି କୋଟି ଓଡ଼ିଆ ଏବଂ ସାହିତ୍ୟ ପ୍ରେମୀ ତଥା ସାହିତ୍ୟିକମାନେ ସ୍ବର୍ଗତ ଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ବୋଲଗଡ଼ସ୍ଥ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ଅଧ୍ଯକ୍ଷ ବିଶ୍ବଜିତ୍ ମହାପାତ୍ର ତଥା ସବିଦ୍ୟାଳୟ ର ଶିକ୍ଷକ ଅପାଭାଇ ମାନେ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମା ର ସଦଗତି ନିମନ୍ତେ ଦିବ୍ୟ ଜନନୀ ଶ୍ରୀମା ଓ ମହାଯୋଗୀ ଶ୍ରୀଅରବିନ୍ଦ ଙ୍କ ମହାସମାଧିରେ ପ୍ରାର୍ଥନା କରିଛନ୍ତି।

Comments (0)
Add Comment