ବିଧାୟକଙ୍କ ବାହାଘରରେ କରୋନା ନିୟମର ଉଲଙ୍ଘନ ଅଭିଯୋଗ

ବିଧାୟକ ବ୍ୟୋମକେଶ ରାୟଙ୍କ ବିବାହ ଉତ୍ସବରେ କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ ଅଭିଯୋଗ ହୋଇଛି। ଗାଇଡଲାଇନ୍ ଅନୁସାରେ ୨୫ ଜଣ ଅତିଥୁ ବିବାହ ଉତ୍ସବରେ ରହିପାରିବେ କିନ୍ତୁ ବିଧାୟକଙ୍କ ବିବାହରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଆଧୁନିକ ଗୀତର ତାଳେ ତାଳେ ଶତାଧିକ ଲୋକ ଗୀତର ତାଳେ ତାଳେ ସଂଖ୍ୟାଧିକ ଲୋକ ନାଚୁଛନ୍ତି। ଜଣେ ଦୁଇ ଜଣଙ୍କୁ ଛାଡ଼ି ବାକି କାହାରି ମୁହଁରେ ମାସ୍କ ବି ନଥିଲା। ଆଉ ସାମାଜିକ ଦୂରତା କଥା ପଚାରେ କିଏ ? ବିଧାୟକଙ୍କ ବିବାହରେ ଏତେ ସଂଖ୍ୟାରେ ଲୋକେ ଏକତ୍ରିତ କିପରି ହେଲେ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବିଧାୟକ ସଫେଇ ଦେଇଛନ୍ତି, କୋଭିଡ ନିୟମ ମାନି ବିବାହ ହୋଇଥିଲା। ସୋସିଆଲ ମିଡିଆରେ ଯାହା ଭାଇରାଲ ହେଉଛି, ତାହା ଏକ ପୁରୁଣା ଭିଡିଓ ବୋଲି ସେ କହିଛନ୍ତି।

Comments (0)
Add Comment