“ଅଧ୍ୟାପକଙ୍କ ମାନବିକତା” ବୁଲା କୁକୁରକୁ ମିଳିଲା ନୂଆ ଜୀବନ

କୋଶଲ ନ୍ୟୁଜ୍ ବ୍ୟୁରୋ :- ନବରଙ୍ଗପୁର ଅଧ୍ୟାପକଙ୍କ ମାନବିକତା । ଖାଦ୍ୟ ଅନୁଷଣରେ ଯାଇ ମୁହଁ ରେ ପ୍ଲାଷ୍ଟିକ ଡବା ଲାଗିଯାଇଥିବା ଏକ ବୁଲା କୁକୁର ର ମୁହଁରୁ ପ୍ଲାଷ୍ଟିକ ଡବା ବାହାର କରି ମଣିଷତ୍ୱ ଦେଖାଇଲେ ଅଧ୍ୟାପକ । ଭୋକ ରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ଅନ୍ବେଷଣରେ ବାହାରି ଥିଲା ଏକ ବୁଲା କୁକୁର । ଏକ ପ୍ଲାଷ୍ଟିକ ଡବା ଭିତରେ କିଛି ଖାଇବା ଦେଖି ସେହି ଭିତର କୁ ମୁହଁ ଭରିଦେଇ ଥୁଲା କୁକୁର । କୁକୁର ଜାଣିନଥିଲା ଯେ ସେହି ପ୍ଲାଷ୍ଟିକ ଡ଼ବା ତା ପାଇଁ ବିପଦର କାରଣ ହେବ ବୋଲି । ଖାଦ୍ୟ ଖାଇବ କଣ ଓଲଟି ସେହି ଡବା ଭିତରେ କୁକୁର ର ମୁହଁ ଫସି ଯାଇ ଆଉ ବାହାରି ନ ଥିଲା । କୁକୁର କଷ୍ଟ ପାଇଁ ଛଟପଟ ହୋଇ ଯାଉଥିଲା । ମୁହଁ ରେ ପ୍ଲାଷ୍ଟିକ ଡବା ଥିବାରୁ କିଛି ଦେଖୁ ନ ପାରି ଏଣେ ତେଣେ ବୁଲିବାକୁ ଲାଗିଲା ।

ଗତ ଦୁଇ ଦିନ ଧରି କୁକୁର ମୁହଁ ରେ ପ୍ଲାଷ୍ଟିକ ଡବା ଲାଗି ରହିଥିଲା । କୁକୁର ର କଷ୍ଟ ଅନ୍ୟ ମାନଙ୍କ ନଜର କୁ ଆସିଲା କିନ୍ତୁ ଭୟରେ କେହି ତା ପାଖକୁ ଯିବାକୁ ସାହସ କରିନଥିବା ବେଳେ, ଆଉ କେହି କେହି ଦେଖି ଅଣଦେଖା କରି ନଜର ଅଡେଇ ଚାଲିଯାଇଥିଲେ । ଦୁଇ ଦିନ ଧରି କଷ୍ଟ ପାଇ କୁକୁର ଛଟପଟ ହଇ ଯାଇଥିଲା ଏହା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଅଧ୍ୟାପକ ନଳିନୀ ଦାଶ ଙ୍କ ନଜର କୁ ଆସିବା ପରେ । ସାଙ୍ଗେ ସାଙ୍ଗେ ଯେ ବିନା କୌଣସି ଭୟରେ କୁକୁର ମୁହଁ ରୁ ପ୍ଲାଷ୍ଟିକ ଡବା ବାହାର କରି କୁକୁର ର କଷ୍ଟ ଦୂର କରିଲେ । 
ଅଧ୍ୟାପକଙ୍କ ଏହି ମହାନତା କୁ ଯାହା ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚା ପାଲଟିଛି ଏବଂ ପଶୁ ପ୍ରେମୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । 
Comments (0)
Add Comment