ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ଏତଲା ଦେଲା ଡାବୁଗାଁ ବିଜେପି

 
କୋଶଲ ନ୍ୟୁଜ୍ ବ୍ୟୁରୋ  : ନବରଙ୍ଗପୁର :ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ବିଜୁ ପକ୍କା ଘର ଲେଖି ବ୍ଲକ ଅଧିକାରୀ ମାନେ ଷ୍ଟିକର ମାରିବାକୁ ଉଦ୍ୟମ କରୁଥିବା ବେଳେ, ଏହାର ବୈଧ୍ୟତା ଉପରେ ପ୍ରଶ୍ନ ଉଠାଇଛି ଡାବୁଗାଁ ବିଜେପି। ପୂର୍ବରୁ କେନ୍ଦ୍ର ର ୧୦୮ ଆମ୍ବୁଲାନ୍ସ କୁ ମଧ୍ୟ ରାଜ୍ୟ ସରକାର ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରିଥିଲା। ବର୍ତମାନ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଭାବେ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀ ଙ୍କୁ ବିଜେଡି ସରକାର ପ୍ରତାରିତ କରୁଛନ୍ତି ବୋଲି ଜିଲା ବିଜେପି ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର ଅଭିଯୋଗ କରିଛନ୍ତି। 
ଏହି ଅବସରରେ ଜିଲ୍ଲା ଉପ-ସଭାପତି ଜୟନ୍ତ କୁମାର ପାତ୍ର,ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ. ରାଜ ଶେଖର ରାଓ, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ମନୋରମା ନାୟକ, ମଣ୍ଡଳ ସାଧାରଣ ସଂପାଦକ ମହେଶ କୁମାର ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ନରୁ ସିଂ, ଯୁବମୋର୍ଚ୍ଚା ସଭାପତି ଓ୍ବାଇ. ରାଜ କୁମାର, ଓ୍ବାଇ. ଉଦୟ କୁମାର ଏବଂ ଅନ୍ୟମାନେ ଡାବୁଗାଁ ଥାନାକୁ ଯାଇ ଏକ ଏତଲା ପ୍ରଦାନ କରିଥିଲେ। ଏହି ପରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ଅନ୍ୟାନ୍ୟ ଥାନା ରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ମାନେ ନବୀନ ପଟ୍ଟନାୟକ ଙ୍କ ବିରୋଧ ରେ ଏତଲା ପ୍ରଦାନ କରିଛନ୍ତି। ଜିଲ୍ଲା ଉପ-ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର ପ୍ରେସ୍ କୁ ସୂଚନା ଦେଇଛନ୍ତି ଯେ, ଯଦି ଏଭଳି କୁକାର୍ଯ୍ୟ କୁ ରାଜ୍ୟ ସରକାର ବନ୍ଦ କରିବେ ନାହିଁ, ତାହେଲେ ବିଜେପି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ।
Comments (0)
Add Comment