କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ରେ ବିଧାୟକଙ୍କ ଯୋଗଦାନ

କୋଶଲ ନ୍ୟୁଜ୍ ବ୍ୟୁରୋ :ନବରଙ୍ଗପୁର :- ଗମ୍ଭାରୀଗୁଡା ଠାରେ ଆୟୋଜକ- ୟଙ୍ଗଷ୍ଟାର କ୍ରିକେଟ କ୍ଳବ ତରଫରୁ ମାରୁତି ଷ୍ଟାଡିୟମ ଠାରେ କ୍ରିକେଟ ଟର୍ନାମେଣ୍ଟ ଉଦଯାପିତ ଅବସରରେ ଅତିଥିଭାବରେ ଝରିଗାଁ – ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଗମ୍ଭାରୀଗୁଡା ର ପୂର୍ବତନ ସମିତି ସଭ୍ୟ କୁମର ପୂଜାରୀ, ଭତରାବାହିଲି ସରପଞ୍ଚ ବିଦ୍ୟାଚରଣ ନେତାମ୍, ପଦୁଲୋଚନ ସାହୁ, କମଳ ଲୋଚନ ସାହୁ, ପ୍ରଦୀପ କୁମାର ପତି ଉପସ୍ଥିତ ଥିଲେ ।ପ୍ରଥମ ପୁରଷ୍କାର- 10000 ଦ୍ୱିତୀୟ 6000 ରଖାଯାଇଥିଲା ।ବିଜେତା ଥିଲେ ଚନ୍ଦାହାଣ୍ଡି ବିଗ୍ ଷ୍ଟାରକ୍ରିକେଟ ଟିମ ଏବଂ ରନର- ଭତରାବାହିଲି ।ଚନ୍ଦାହାଣ୍ଡି ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ଓଭରରେ ୨୭୬ ରନ କରିଥିଲା ଏବଂ ଏହାର ଜବାବ ରେ ଭତରାବାହିଲି ୧୮୮ ରନ ହିଁ ସଂଗ୍ରହ କରିପାରିଥିଲା। ମ୍ୟାନ ଅଫ ଦି ମ୍ୟାଚ ଭବାନୀଙ୍କୁ ଦିଆ ଯାଇଥିଲା ମ୍ୟାନ ଅଫ ଦି ସିରିଜ- ୟୋଗେନ୍ଦ୍ର ସାହୁ ପାଇଥିଲେ ।
ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୌରୀ ରଂଜନ ସାହୁ, ଭାଷ୍ୟକାର କ୍ଷେତ୍ର ମୋହନ ସାହୁ ଓ ଗୁପ୍ତେଶ୍ୱର ସାହୁ, ସ୍କୋରର ଜିତେନ୍ଦ୍ର ପୂଜାରୀ ଓ ପୁରନ୍ଦର ସାହୁ ଏବଂ ଆମ୍ପାୟାର ଭାବେ ରୁଦ୍ର ଓ ଅଜିତ ସହଯୋଗ କରିଥିଲେ । ଟିକେ, କ୍ଷୀରୋଦ, ମନିଜର, ଭରତ, ରାଜୁ ଓମପ୍ରକାଶ ତଥା ୟଙ୍ଗଷ୍ଟାର କ୍ରିକେଟ କ୍ଳବ ର ସମସ୍ତ ସଦସ୍ୟ ସହଯୋଗ ସୁରୁଖୁରୁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଯାଇଥିଲା ।
Comments (0)
Add Comment