ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର, ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଉପ ଜିଲ୍ଲାପାଳ, ପ୍ରଶାନ୍ତ କୁମାର ରାଉତ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଏପିଡ଼ି ଡିଆରଡିଏ (ଏଡିଏମଏନ ) ଶ୍ରୀ ରତ୍ନାକର ସାହୁ, ପ୍ରକଳ୍ପ ନିର୍ଦେଶକ, ଜଳ ବିଭାଜିକା, ପ୍ରଦୀପ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଜଳ ଓ ପରିମଳ ବିଭାଗ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗଇପାଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି ଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର,ଜିଲ୍ଲା ପଶୁସମ୍ପଦ ବିଭାଗ ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ଚିକିତ୍ସାଳୟର RCM, ମ୍ୟାନେଜର ପ୍ରଣତି ସାହୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ଜିଲ୍ଲା ସହ ଯୋଗାଣ ଅଧିକାରୀ, ସଞ୍ଜୀବ କୁମାର ସାହୁ, ଉପ ଆରକ୍ଷୀ ଅଧୀକ୍ଷକ, ଚନ୍ଦ୍ରଶେଖର ହୋତା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ମୋ ଉପକାରୀ ବଗିଚା ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ଏହି କାର୍ଯ୍ୟର ଆଶାନୁରୂପକ ଅଗ୍ରଗତି ହୋଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କୁ ନିଜ ନିଜ ବ୍ଲକରେ ଗ୍ରସ୍ତ ସମୟରେ ନିଶ୍ଚିତ ଭାବେ ସମୀକ୍ଷା ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ଜିଲ୍ଲା ସ୍ତରୀୟ କୋଭିଡ-19 ଆଗାମୀ ଟୀକା କରଣ ଆନୁସଙ୍ଗିକ ସୁବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବିଶଦ ଭାବରେ ଆଲୋଚନା କରାଯିବା ସହିତ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଅବଗତ କରାଯାଇଥିଲା । ସରକାର ଙ୍କ ନିର୍ଦ୍ଦେଶ ମୁତାବକ କୋବିଡ଼-୧୯ ର ମାର୍ଗଦର୍ଶିକା ପାଳନ କରିବା ସହିତ ବିଭାଗୀୟ SOP ପାଳନ କରି ସ୍କୁଲ ଖୋଲିବା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ୟକ ସୂଚନା ଦେଇଥିଲେ।

Comments (0)
Add Comment