ଡାବୁଗାଁରେ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିତ

      

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ବ୍ଲକ କଂଗ୍ରେସ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକ କଂଗ୍ରେସ ସଭାପତି ଜି॰ ସାଇ ରଜୁ ଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କର୍ମି ମାନେ ସ୍ଥାନୀୟ ଶିଶୁ ଉଦ୍ୟାନ କୁ ଯାଇ ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମହାପୁରୁଷଙ୍କୁ ମନେ ପକାଇ ସ୍ମୃତି ଚାରଣ କରାଯାଇଥିଲା | ଶେଷରେ କର୍ମୀ ମାନଙ୍କ ଦ୍ଵାରା ଶିଶୁ ଉଦ୍ୟାନକୁ ସଫେଇ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବ୍ଲକ କଂଗ୍ରେସ ଉପ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଗୁପ୍ତ ବିଶୋୟୀ, ଜିଲା କାର୍ଯ୍ୟକାରିଣୀ ସଭ୍ୟ ଯୁରେଶ୍ଵର ପଣ୍ଡା ଓ ରାଜେନ୍ଦ୍ର ବିଶୋୟୀ, ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରଦୀପ ଜେନା, ମେଦନା ସରପଞ୍ଚ ଦିବାକର ପୂଜାରୀ, ସମାଜ ସେବୀ ଦେବରାଜ ପାତ୍ର, ଟି॰ ମୁରଲୀ ରାଓ, କେଶବ ରେଲି, ଆଶୁତୋଷ ଜେନା, ରାମଶ୍ଵର ପାଣିଗ୍ରାହୀ, ଧବଳ ନାୟକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |
Comments (0)
Add Comment