ଡାବୁଗାଁ ଅଞ୍ଚଳରେ ବାର୍ଡଫ୍ଲୁ ଆଶଙ୍କା

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା:- (ଡାବୁଗାଁ )ବାର୍ଡଫ୍ଲୁ ଭାଇରସ ର ଆତଙ୍କ ସାରା ବିଶ୍ୱରେ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମଧ୍ୟ ଏଥିରୁ ବାଦପଡିନି । ଡାବୁଗାଁ ବ୍ଲକର ସରଗୁଡା ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୩୯ ଉପରେ ସରଗୁଡା ସ୍ଥିତ ବେଲାରୀ ନଦୀ ତୁଟରେ ଶନିବାର ସକାଳ ସମୟରେ କୁକୁଡ଼ା ମନେ ମରିପଡିଥିବା ଦେଖି ଡାବୁଗାଁ ଅଞ୍ଚଳରେ ବାର୍ଡଫ୍ଲୁ ର ଆଶଙ୍କା ଖେଳିଯାଇଛି । ନଦୀ ତୁଟରେ ପ୍ରାୟ ଶତାଧିକ କୁକୁଡ଼ା ମରିପଡିଥିବା ଦେଖା ଦେଇଛି ।ଅଧିକାଂଶ କୁକୁଡ଼ା ନଦୀରେ ଭାସୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
 ମୃତ କୁକୁଡ଼ା ଗୁଡିକୁ ଦେଖି ବେଲାରୀ ନଦୀ ପାଖ ଗାଁ ସରାଗୁଡା , ପୂଜାରିଗୁଡା ଓ ଝଲିଆଗୁଡା ଗ୍ରାମର ଲୋକେ ଭୟଭୀତ ଥିବା ଗ୍ରାମବାସୀ କହିଥିଲେ । ନଦୀ କୁ ଗ୍ରାମର ପ୍ରାୟ ଅଧିକାଂଶ ଲୋକ ଗାଧୋଇବାକୁ ଆସୁଥିବା ବେଳେ ଏପରି ନଦୀ ଭିତରେ ମୃତ କୁକୁଡ଼ା କୁ ଭାସୁଥିବା ଦେଖିଥିଲେ । ଗ୍ରାମର ଲୋକେ ବାରମ୍ବାର ବଇଲର କୁକୁଡ଼ା ଫାର୍ମ ର ଗାଡି ଏପରି ମୃତ କୁକୁଡ଼ା ଗୁଡିକୁ ନଦୀ ଜଳରେ ଫୋପାଡ଼ି ଦେଉଥିବା ଅଭିଯୋଗ କରିଥିଲେ ।ଏହି କାରଣ ଯୋଗୁଁ ନଦୀ ଜଳ ପ୍ରଦୂଷଣ ହେଉଥିବା ଗ୍ରାମବାସୀ କହିଥିଲେ । ଶୀଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଦବି କରିଥିଲେ ।
Comments (0)
Add Comment