ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହିନ୍ଦୁ ମହାସଂଘ ହିନ୍ଦୁତ୍ବର ଶକ୍ତ ପ୍ରହରୀ ଭଳି କାର୍ଯ୍ୟ କରୁଛି : ସୌଭାଗ୍ୟଦାଶ ବାବା

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଟାଗାଁ ମହିମା ଆଶ୍ରମ ରେ ବ୍ଲକ ସ୍ତରୀୟ ହିନ୍ଦୁ ମହାସଂଘ ର ବୈଠକ ରେ ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ର ଅଧ୍ୟକ୍ଷ ଅବଧୂତ ସୌଭାଗ୍ୟଦାଶ ବାବା ହିନ୍ଦୁ ମହାସଂଘ ର କାର୍ଯ୍ୟ କୁ ପ୍ରଶଂସା କରି ନିଜ ବକ୍ତବ୍ୟରେ କହିଲେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସଂଗଠନ ଓଡ଼ିଶା ତଥା ଓଡ଼ିଶା ବାହାରେ ସୁଦୃଢ ହେବାରେ ଲାଗିଛି। ଦକ୍ଷିଣ ପଶ୍ଚିମ ଓଡ଼ିଶା ରେ ମହାସଂଘ ହିନ୍ଦୁତ୍ବ ର ପ୍ରମୁଖ ପ୍ରହରୀ ଭଳି କାର୍ଯ୍ୟ କରୁଛି। ଏହି ଅବସରରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ପଦ୍ମନ ନାୟକ, ସନ୍ତୋଷ ପଟ୍ଟନାୟକ, ଦୁର୍ଜନ ମିର୍ଗାନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ କୁ ସହଯୋଗ କରି ନିଦ୍ଧି ସଂଗ୍ରହ ପାଇଁ ସଂକୀର୍ତ୍ତନ ମଣ୍ଡଳୀ ସହ ଗ୍ରାମ ପରିକ୍ରମା ମଧ୍ୟ ବାବାଙ୍କ ସହ ଅନ୍ୟମାନେ କରିଥିଲେ।

Comments (0)
Add Comment