ନବରଙ୍ଗପୁର ବିଧାୟକଙ୍କ ଦ୍ୱାରା ଘାଟଗୁଡା ଠାରେ ବାଜା ଉଦଘାଟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝଡବନ୍ଦ ଗୁଡା ଠାରେ ଶନିବାର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଆସି ଶିଖି ଥିବା ବାଜା ର ଉଦଘାଟନ କରିଛନ୍ତି । ସେଥିରେ ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ,ପୂର୍ବତନ ଜିଲ୍ଳା ସଭାପତି ଶ୍ରୀ ଅର୍ଜୁନ ତ୍ରିପାଠୀ,ହରିହର ବିଷୋୟୀ ମୁନା ତ୍ରିପାଠୀ, ଯୁବ ସଭାପତି ପୁରନ୍ଦର ହରିଜନ,ସିଲୁ ଦାସ,ବିଜୟ ରଥ, ଲକି ମାଝୀ,ଜଗବନ୍ଧୁ ଜାନି ଉପସ୍ଥିତ ରହି ଘାଟଗୁଡା ବେଣ୍ଡ ପାର୍ଟି ର ଶୁଭ ଉଦଘାଟନ କରିଥିଲେ l ବାଜା ଶିଖି ଥିବାରୁ ଶ୍ରୀ ପ୍ରଧାନୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ,ଏ ଅଞ୍ଚଳ ର ନାଁ ରଖିବେ ବୋଲି କହିଥିଲେ l ଏହି ବେଣ୍ଡ ପାର୍ଟି ନାଁ କୁ ପରି ବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ l କମଳଚନ ଜାନି,ରମେଶ ସାନ୍ତା ଜୟରାମ ସାନ୍ତା,ଅଭି ମୁଦୁଲି ଗଙ୍ଗା ସାନ୍ତା ବିଜୟ ସାନ୍ତା ଗ୍ରାମ ର ଅନେକ ଗ୍ରାମ ବାସୀ ଉପସ୍ଥିତ ଥିଲେ l
Comments (0)
Add Comment