୨୫ କିଲୋ ଗଞ୍ଜେଇ ଜବତ , ୩ ଜଣ ଗିରଫ

ନବରଙ୍ଗପୁର (କୋଶଲ ନ୍ୟୁଜ) ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନେଇଗାଁ-ଗୁମୁଣ୍ଡଳୀ ଛକ ଠାରେ ଆଜି ଗଞ୍ଜେଇ ସହ ୨ ଟି ମୋଟର ସାଇକେଲ ଜବତ ହୋଇଥିବା ଜଣାପଡିଛି I ଗିରଫ ଅଭିଯୁକ୍ତ ମାନେ ହେଲେ କୋଟପାଡ଼ ଥାନା ଅନ୍ତର୍ଗତ ବଡଦ୍ଵାରସାହି ର ସୁରେଶ ମନଧର(୪୭) ଅର୍ଜୁନ ହରିଜନ (୨୭) ଓ ଛତ୍ତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା ର ରିଙ୍କୁ ଯାଦବ( ୩୬) ବୋଲି ପୁଲିସ ସୂଚନା ଦେଇଛି । ଏମାନେ ୨ ଟି ବାଇକ ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋଷାଗୁମୁଡା ପୁଲିସ ପେଟ୍ରୋଲିଂ କରିବା ସମୟରେ ଏସ୍. ଆଇ ଆଲୋକ ପ୍ରସାଦ ଭୋଇ ଓ ଅନ୍ୟ ପୁଲିସ କର୍ମଚାରୀ ଙ୍କ ହାବୁଡ଼ରେ ପଡ଼ିଥିଲେ । ଯାଞ୍ଚ ରେ ବସ୍ତାରୁ ଗଞ୍ଜେଇ ଥିବା ଦେଖି ସେମାନଙ୍କୁ ଥାନାକୁ ଆଣିଥିଲେ I ପାପଡାହାଣ୍ଡି ଏସ୍. ଡି. ପି.ଓ. ଆଦିତ୍ୟ ସେନ, କୋଡିଙ୍ଗା ତହସିଲଦାର ଶିବପ୍ରସାଦ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଜବତ ଗେଞ୍ଜଇ ଓଜନ୍ କରାଯାଇଥିଲା ସମୁଦାୟ ୨୫ କିଲୋ ଗଞ୍ଜେଇ ଥିବା ଜଣା ପଡିଥିଲା ।କୋଷାଗୁମୁଡା ଥାନା ଏସ୍. ଆଇ ଶଶିଭୂଷଣ ମଙ୍ଗରାଜ ଏହାର ତଦନ୍ତ କରୁଥିବା ଥାନା ଅଧିକାରୀ ଦୂର୍ଗା ମାଧବ ବାଗ ସୂଚନା ପ୍ରଦାନ କରିଛନ୍ତି I ପ୍ରତି ଦିନ କୋଷାଗୁମୁଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଉଛି । ଏହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Comments (0)
Add Comment