ଗୋଟିଏ ଦିନରେ 3ଟି ସଡକ ଦୁର୍ଘଟଣା

ଡାବୁଗାଁ :ଗୁରୁବାର ଦିନ ଡାବୁଗାଁ ଅଂଚଳରେ 3ଟି ସଡକ ଦୁର୍ଘଟଣା ଘଟିଥିଲା । ଡାବୁଗାଁ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ବର୍ଷକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ଅକାଳରେ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଷ ଗୁରୁତର ଆହତ ହୋଇଛନ୍ତି । ଡାବୁଗାଁ ଥାନା ଅଞ୍ଚଳରେ ସଡ଼କ ସୁରକ୍ଷା ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଥିଲେ ମଧ୍ୟ ସଡ଼କ ଦୁର୍ଘଟଣା କମିବାର ନା ନେଉନି । ଡାବୁଗାଁ ଯେହେତୁ ଜିଲ୍ଲା ର ମଧ୍ୟ ଭାଗରେ ଥିବାରୁ ପାପଡାହାଣ୍ଡି , ଝରିଗାଁ , କୋଡିଙ୍ଗା ଓ ଉମରକୋଟ ଅଞ୍ଚଳରୁ ପ୍ରତିଦିନ ଶତାଧିକ ଗାଡି ଯିବାଆସିବା କରେ । ପ୍ରତିଦିନ ଆଖପାଖ ବ୍ଲକର ଅଧିକାଂଶ ଲୋକେ ପ୍ରାୟତଃ ସରକାରୀ କାର୍ଯ୍ୟ , ସ୍ବାସ୍ଥ୍ୟସେବା ଓ ବ୍ୟବସାୟ ପାଇଁ ଡାବୁଗାଁ ଆସିଥାନ୍ତି । ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ବିରିସଲା ରାସ୍ତା , ଧାମନାଗୁଡ଼ା ଓ ସରାଗୁଡ଼ା ନିକଟସ୍ଥ ରାସ୍ତା , ଝାଲିଆଗୁଡ଼ା ଓ ମାଝିଗୁଡ଼ା ପ୍ରମୁଖ ଅଟେ ।

ସରକାରୀ ତଥ୍ୟ ଅନୁସାରେ ୨୦୨୦ – ୨୧ ମସିହାରେ ଡାବୁଗାଁ ଥାନା ଅଞ୍ଚଳରେ ୨୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୮ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ । ସେହିପରି ୨୦୨୧ – ୨୨ ମସିହାର ପ୍ରାରମ୍ଭରେ ତଥା ମାର୍ଚ୍ଚ ମାସ ସୁଦ୍ଧା ୧୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ଦୁର୍ଘଟଣା ଘଟୁଥିବା ଏହି ସବୁ ସ୍ଥାନରେ ପୁଲିସ ପକ୍ଷରୁ କଡ଼ାକଡୀ ସୁରକ୍ଷା ସହ ଲୋକଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା କରାଗଲେ କିଛି ମାତ୍ରାରେ ଦୁର୍ଘଟଣା କମିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲଚନା ହେଉଛି ।

Comments (0)
Add Comment