୫ବର୍ଷୀୟ ଶିଶୁପୁତ୍ରକୁ ପଥରରେ ଛେଚି ହତ୍ୟା ପରେ ହାତଗୋଡ଼ କାଟିଦେଲା ହତ୍ୟାକାରୀ

ଡାବୁଗାଁ (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମେଣ୍ଡରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ୫ ବର୍ଷ ବୟସର ଶିଶୁପୁତ୍ରକୁ ବାପା ସମ୍ମୁଖରେ ସେହି ଗ୍ରାମର ଜଣେ ଯୁବକ ଅମାନୁସିକ ଭାବେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଛି ଅଭିଯୁକ୍ତ ହତ୍ୟାକାରୀ । ହତ୍ୟାକାରୀକୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଛି ତାହା ଜଣାପଡି ନାହି। ଅନ୍ୟ ପକ୍ଷରେ ମୃତ ଶିଶୁ ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ହୋଇଥିବା ବେଳେ ହତ୍ୟାକାରୀ ଉକ୍ତ ଗ୍ରାମର ଜଳ ସାନ୍ତା (୨୩) ବୋଲି ଜଣା ପଡିଛି। ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ରିପୋଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments (0)
Add Comment