ସାପ କାମୁଡ଼ାରେ ଛଅ ବର୍ଷ ବାଳକର ମୃତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ :ଡ଼ାବୁଗାଁ ଥାନା ଅନ୍ତର୍ଗତ ଚଲାଣଗୁଡ଼ା ଗ୍ରାମର ଜଣେ ବାଳକ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ଏହି ଘଟଣା ବିଷୟରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚଲାଣଗୁଡ଼ା ଗ୍ରାମର ଚୈତୁ କଲାରଙ୍କ ପୁଅ କୃଷ୍ଣ କଲାର ( ୬ ) ନିଜ ସମ୍ପର୍କୀୟଙ୍କ ଘରେ ସାଙ୍ଗମାନଙ୍କ ସହିତ ଖେଳୁଥିଲା ।ତେବେ ନିକଟରେ ଥିବା ଏକ ଭଙ୍ଗା ଘରେ ଥିବା ଏକ ବିଷଧର ସାପ କୃଷ୍ଣର ବାମ ହାତର ଆଙ୍ଗୁଳିରେ କାମୁଡ଼ି ଦେଇଥିଲା । ସାପ କାମୁଡ଼ିବା ପରେ କୃଷ୍ଣ ପ୍ରାଣ ବିକଳରେ ଚିତ୍କାର କରିବା ଶୁଣି ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କୃଷ୍ଣକୁ ତୁରନ୍ତ ପରିବାର ଲୋକ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା

Comments (0)
Add Comment