ଭୟ ବଢ଼ାଉଛି କରୋନା ତାହାପି ମନୁନାହାନ୍ତି ଅମାନିୟା

ନବରଙ୍ଗପୁର ଜିଲ୍ଲା:-କରୋନା ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି ଆଜି ମଧ୍ୟ ପୋଜିଟିବ ସଂଖ୍ୟା ବ୩୧୮ । କିଛିଦିନ ହେବ କରୋନା ର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ପ୍ରତିଦିନ ୨ ରୁ ୩ ଜଣ କରୋନା ଭୁତାଣୁ ର ସଂକ୍ରମଣ ହେଉଛନ୍ତି । ଏହି ସଂକ୍ରମଣ ଦିନକୁ ଦିନ ବଢିବା ଦେଖି ଡାବୁଗାଁ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହେଉଛି ।ତଥାପି ଅଧିକାଂଶ ଲକ ମାନୁ ନାହାନ୍ତି ନିୟମ । ଏହିଭଳି ପରିସ୍ଥିତିରେ ଲୋକେ ନିଜେ ନିଜର ସୁରକ୍ଷା କରିବା ଆବଶ୍ୟକ ଅଛି । ମାସ୍କ ପିନ୍ଧିବା , ସାମାଜିକ ଦୂରତା କୁ ବଜାୟ ରଖିବା , ବିନା କାରଣରେ ବାହାରକୁ ନ ବାହାରିବା , ଗହଳି ସ୍ଥାନକୁ ବର୍ଜନ କରିବା ଭଳି ନିୟମ କୁ ଯଦି ସମସ୍ତେ ପାଳନ କରନ୍ତି ତାହେଲେ ସଂକ୍ରମଣ କୁ ରୋକାଯାଇ ପାରିବ ବୋଲି ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ମତବ୍ୟକ୍ତ କରିଛନ୍ତି ଏବଂ ଏହି ସଂକ୍ରମଣ କୁ ରୋକିବା ରେ ଡାବୁଗାଁ ଅଂଚଳର ଦୋକାନୀ ଭାଇ ମାନଙ୍କ ସହଯୋଗ ଦରକାର ବୋଲି ସେ କହିଛନ୍ତି । ଏହି କରୋନା ମହାମାରୀ ପାଇଁ ପୂର୍ବରୁ ପ୍ରସ୍ତୁତ ଅଛନ୍ତି ସ୍ଥାନୀୟ ପ୍ରଶାସନ ଡାବୁଗାଁ ରେ 80 ଶଯ୍ୟା ବିଶିଷ୍ଠ ୨ ଟି ଅସ୍ଥାୟୀ ସେବା କେନ୍ଦ୍ର କରାଯାଇଛି ଏବଂ ୨ ଟି କରାଯିବାର ବ୍ୟବସ୍ଥା ମଧ୍ୟ ହଇଛି ବୋଲି ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ ସୂଚନା ଦେଇଥିବା ଜଣା ପଡ଼ିଛି।

Comments (0)
Add Comment