ଡାବୁଗାଁ ଅଞ୍ଚଳରେ କୋରନା ସମୟରେ ଗାଁ ଗହଳିରେ ଚାଲିଛି କୁକୁଡା ଲାଡେଇ ଓ ଦେଶୀ ମଦ ବେପାର

ନବରଙ୍ଗପୁର ଜିଲ୍ଲା (ଡାବୁଗାଁ ବ୍ଲକ):- ଡାବୁଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳରେ କୋରନା ସମୟରେ ଗାଁ ଗୋହଳିରେ ଚାଲିଛି କୁକୁଡା ଗାଲି ଓ ଦେଶୀ ମଦ ବେପାର ଗାଁ ଗାଁ ରେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଚେର ମାଡ଼ି ବସିଛି ।ଏହି ଅନ୍ଧବିଶ୍ୱାସ ନଗ୍ନ ଉଦାହରଣ ହେଉଛି କୁକୁଡ଼ା ଗାଲି ।ଡାବୁଗାଁ ଥାନା ଅନ୍ତର୍ଗତ ଉମରାହାଣ୍ଡି ଗ୍ରାମର ଆମ୍ବଟଟା ରେ ପ୍ରାୟ ପ୍ରତିଦିନ ଅପରାହ୍ନ ୪ ଟାରୁ ସନ୍ଧ୍ୟା ପର୍ୟ୍ଯନ୍ତ ଚାଲୁଛି କୁକୁଡ଼ା ଲାଡେଇ । ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁରୁ ମାତ୍ର ୩ କିଲମିଟ ଦୂରରେ ଉମରାହାଣ୍ଡି ଗ୍ରାମରେ ଚାଲୁଛି କୁକୁଡ଼ା ଲଡାଈ କିନ୍ତୁ ପୋଲିସ ତାରଫତୁ କଣସି ପଦକ୍ଷେପ ନିଆ ଯାଉନି। କୁକୁଡ଼ା ଗାଲି ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ପ୍ରଶାସନ , ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ପ୍ରସ୍ରାହନ ଫଳରେ ଥମିବା ବଦଳ ରେ ଡାବୁଗାଁ ଅଞ୍ଚଳରେ ବଢିବାରେ ଲାଗିଛି। ଖାସ କରି କୋରନା ଲୋକଡାଉନ,ସଟଡାଉନ ସମୟରେ କାମଧନ୍ଦା ଅଭାବ ଏବଂ ସମୟ ବିତାଇବା ପାଇଁ କଣସି ମାଧ୍ୟମ ନଥିବାରୁ ଗାଁ ଗହଳିରେ କୁକୁଡ଼ା ଗାଲି, ଜୁଆ,ମଦ ଭଳି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହି ଆଦିବାସୀ ମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରିଦେଉଛନ୍ତି ।ଫୋଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବା ରେ ଲାଗିଛି ,ସାଧାରଣତ ଗାଁ ଗହଳି ର ଛୋଟଛୋଟ ଛୁଆ ମନେ ମଧ୍ୟ ଆକର୍ଷିତ ହଇ ଏଠାକୁ ଚାଲି ଆସନ୍ତି ଏବଂ ଜୁଆ ରେ ହାରିବା ପରେ ଦେଶୀ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି ।

କୁକୁଡ଼ା ଗାଲି ଲାଗି ଏହି କୋରନା ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବିପନ୍ନ ହେଉଛି । ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛି । ଏହି ସବୁ ସ୍ଥାନରେ ଆଇନକୁ ଖୁଲାମଖୁଲା ଉଲଘନ୍ନ କରାଯାଉଛି, ମାସ୍କ ବ୍ୟବହାର ତୋ ଦୂରର କଥା ଏଠାରେ ସାମାଜିକ ଦୁରତାକୁ ଗୁରୁତ୍ୱ ନଦେଇ ପଶୁପକ୍ଷୀ ମାନଙ୍କପ୍ରତି ହେଉଥିବା ହିଂସା ଆଡା ଦିନ ଦାହାଡ଼େ ଚାଲିଛି, ଏଭଳି କାମକୁ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । କାରଣ ନିରୀହ ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଏହି କୁକୁଡ଼ା ଗାଲି ଓ ଦେଶୀ ମଦ ।ଏଠାରେ ଅବକାରୀ ବିଭାଗ ଦାଇତ୍ୱ ରେ ଥିବା ଅଧିକାରୀ ମାନେ ତୋ ଖାଲି ନାମକୁ ମାତ୍ର ଅଛନ୍ତି ବସି ବସି ସରକାରଙ୍କ ଠାରୁ ପାଉଣା ନେଉଛନ୍ତି ବୋଲି ସାଧାରଣରେ ଆଲଚନା ହେଉଛି ।କାରଣ ଡାବୁଗାଁ ଅଞ୍ଚଳରେ ବର୍ତ୍ତମାନ ଦେଶୀମଦ କାରବାର ଜରସରରେ ଚାଲିଛି ତଥାପି ଅବକାରୀ ବିଭାଗ ନିରବ ।

Comments (0)
Add Comment