ଭାରତୀୟ ପ୍ରତ୍ନ୍ତତତ୍ତ୍ୱ ବିଭାଗ ପୋଡାଗଡ଼ ଗସ୍ତ

ନବରଙ୍ଗପୁର ଐତିହାସିକ ପୋଡା ଗଡ଼ ପିଠ କୁ ଭାରତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ ତରଫରୁ ବିଭାଗୀୟ କର୍ମ କର୍ତା ସର୍ଭେ କରିବାକୁ ଆସିଥିଲେ।ଏଠାରେ ରାଜ ବାଟି ଥିବାର ପ୍ରମାଣିତ ହୋଇଥିଲା।୫ମ୍ ଶତାବ୍ଦୀ ର ନାଳ ବଂଶ ର ରାଜା ସ୍କନ୍ଧବର୍ଧନ ଙ୍କ ସମୟର ଶିଳା ଲେଖା ଅନୁଧ୍ୟାନ କରିଥିଲେ।ଏହି ରାଜବାଟିରୁ ବହୁ ମୂଲ୍ଯ ବାନ ପଥର ଓ ମାଟିର ବାସନ,ଅଳଙ୍କାର,ଘୋଡାମୁଣ୍ଡ,ପଥରକୁ ପଥର ଯୋଢେଇ ହୋଇ ରହିଥିବା ଲୂହାର କ୍ଲାମ୍ପ,ପ୍ରାଚୀନ ଇଟା ପାଇଥିଲେ।ବିଶେଷ ଆକର୍ଷଣୀଯ ସାମଗ୍ରୀ,ରାଣୀ ଗାଧୋଇବା ସମୟରେ ଦେହ ମଜା ପଥର ଅକ୍ଷ୍ୟ୍ ତ ଅବସ୍ଥାରେ ମିଳିଥିଲା।

1 / 26

ଏହି ସର୍ଭେ ସମୟରେ ବିଭାଗୀୟ କର୍ମ ଚାରି ହେଲେ ସହକାରୀ ଅଧିଖ୍ୟକ୍ ପ୍ରତ୍ନ୍ ତତ୍ଵ ବିଭାଗ ଭାଗିରଥି ଗଡତିଆ,ସହକାରୀ ପ୍ରତ୍ନ୍ତତ୍ଵବିତ୍ ରାହୁଲ ସ୍ରିବାସ୍ତବ ଓ ସର୍ଭେୟର୍ ପ୍ରଦୀପ କୁମାର ରାଉତଙ୍କ ସହିତ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଉମରକୋଟ ତହସିଲଦାର ହିମାଞ୍ଚଳ ମାଝି,ରେଭିନ୍ୟୁ ସୁପର ଭାଇଜର ଅନିଲ କୁମାର ଦାଶ,ସହକାରୀ ରାଜସ୍ୱ ନିରିଖ୍ୟକ ଜୋଗେନ୍ଦ୍ର ପ୍ରସାଦ ଦାଶ,ସନୁ ବାଣୁଆ ଓ ଉମରକୋଟ ବନାଞ୍ଚଳ ଅଧିକାରୀ ପୁର୍ଣ ଚନ୍ଦ୍ର ନାୟକ,ଧୋଡ୍ରା ବନ ପାଳ କାମାକ୍ଷା ପ୍ରସାଦ ସ୍ୱାଇଁ,ବନରକ୍ଷୀ ଆକୁଳ ଵୈରାଗୀ,ଅଗ୍ନି ନିୟନ୍ତ୍ରକ ପବିତ୍ର କଟା,ପୋଡା ଗଡ଼ ସେବୟତ ଚାରି ଟେବୁଲ ଟ୍ରଷ୍ଟ ର ସମସ୍ତ କର୍ମ କର୍ତା ସଭାପତି ଉର୍ଧବ ଚରଣ ନାୟକ,ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା,ଭରମ୍ ଦାସ ବିଶୋଇ,ତୁଳସୀ ରାମ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ସମସ୍ତ କାର୍ଯ୍ୟ ମୁଖ୍ୟ ଉପଦେଷ୍ଟା ଗବେଷକ କୈଳାସ ଚନ୍ଦ୍ର ବେହେରା ଓ ଆଇନ ପରାମର୍ଶ ଦାତା ରାମ ନାୟକ ଅନୁଧ୍ୟାନ କରିଥିଲେ।।

Comments (0)
Add Comment