ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି।

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ନବତରଙ୍ଗପୁର ଜିଲ୍ଲା ତଥା ବିଭିନ୍ନ ବ୍ଲକରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି । ମୁଖ୍ୟତଃ ବିଭିନ୍ନ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ବସ ଷ୍ଟାଣ୍ଡ ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ ପଲିଥିନ ବ୍ୟବହାର ନକରି ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି ।
କୋରନା ସମୟରେ ଯଦି କେହି ସଚେତନତା ସମୟରେ ଯଦି କେହି ନିୟମ ନ ମାନନ୍ତି ତାହାହେଲେ ନିୟମ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳୁଛି। ଏଥିସହ କୋରୋନା ମହାମାରୀକୁ ପ୍ରତିରୋଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି ।
Comments (0)
Add Comment