କଟକଣାକୁ ଉଲ୍ଲଂଘନ କରି ବାଲିଯାତ୍ରା ପାଳିତ , ଭିଡିଓ ଭାଇରଲ ପରେ କାର୍ଯ୍ୟାନୁଷ୍ଠାନ

ସରକାରଙ୍କ କୋଭିଡ କଟକଣା ସ୍ୱତେ ପାଳନ ହେଲା ଗଣପର୍ବ ବାଲିଯାତ୍ରା , ରୁଣ୍ଡ ହେଲେ ହଜାର ହଜାର ଲୋକ , ନାଚଗୀତରେ ମାତିଳେ ଭକ୍ତ , ଭୟାଭୟ କରୋନା ସ୍ଥିତିରେ ଏଭଳି ପର୍ବ ପାଳନ ଆୟୋଜନ ନକରିବାକୁ କଢା ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କଟକଣାକୁ ଅଣଦେଖା କରି ନାଚଗୀତ ରେ ମାତିଲେ ଗ୍ରାମବାସୀ , ଏହି ଘଟଣାର କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ଭାଇରଲ କରିବା ପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗ୍ରାମରେ । ଗତ ବୁଧବାର ଦିନ କର୍ଚ୍ଚାମାଳ ଗ୍ରାମରେ ଅନୁଷ୍ଠିତ ବାଲିଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇଥିଲେ । ପାରମ୍ପରିକ ନାଚଗୀତରେ ମସଗୁଲ ଥିଲେ ଗ୍ରାମବାସୀ । କୌଣସି ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୁରତା ନଥିଲା । ସରକାର ଙ୍କ ନିର୍ଦ୍ଦେଶ କୁ ଏକପ୍ରକାର ଚ୍ୟାଲେଞ୍ଜ କରାଯାଇଥିଲା । ଏହାକୁ ନେଇ କିଏ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ଭାଇରାଲ କରିଦେବାରୁ ତିପ୍ରଗତିରେ ଉକ୍ତ ଭିଡିଓ ମୋବାଇଲ ଟୁ ମୋବାଇଲ ଘୁରି ବୁଲିଲା । ଭିଡିଓ ଭାଇରାଲ ହୋଇ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହେବା ପରେ ଗୁରୁବାର ଦିନ ରାତିରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ , କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର କର୍ଚ୍ଚାମାଳ ଗାଁରେ ପହଞ୍ଚି ନିୟମକୁ ଉଲ୍ଲଂଘନ କରୁଥିବା ଯାତ୍ରା କମିଟି ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ସେହିପରି ମୋକଦ୍ଦମା କରାଯିବ ବୋଲି ସୂଚନା ମିଳିଛି । କୋଡ଼ିଙ୍ଗା ରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଖବର ନପାଇବା ସାଧାରଣ ରେ ପ୍ରଶ୍ନବାଚ ସୃଷ୍ଟି କରିଛି ।

Comments (0)
Add Comment