ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ

ନବରଙ୍ଗପୁର :- ଡାବୁଗାଁ ଅଞ୍ଚଳରେ ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବିଭିନ୍ନ ଘରୋଇକରଣକୁ ବିରୋଧକରି ବ୍ୟାଙ୍କ କର୍ମଚାରୀମାନେ ଦେଇଥିବା ଧର୍ମଘଟ ଡାକରାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ପରିଲିକ୍ଷିତ ହୋଇଛି । କର୍ମଚାରୀ ମାନଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କରେ ଟଙ୍କା ଜମା , ଉଠାଣ , ଚେକ୍ କ୍ଲିଅରାନ୍ସ ଓ ରୁଣ ଆଦି ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣକୁ ପ୍ରତ୍ୟାହର କରିବା ପାଇଁ ବ୍ୟାଙ୍କର କର୍ମଚାରୀମାନେ ଦାବି କରିଛନ୍ତି । ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ ( ୟୁଏଫ୍ ବିୟୁ ) ଅଧିନସ୍ଥ ।ଏହି ଧର୍ମଘଟରେ ନଅ ଗୋଟି ସଂଗଠନ ସାମିଲ ହୋଇଛନ୍ତି ।

Comments (0)
Add Comment