ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଉମରକୋଟ ବ୍ଲକ କୁର୍ସୀ ଏଵଂ ତହରା ଗ୍ରାମ ପଞ୍ଚାୟତ ଟିପାପାଣି ଠାରେ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ମାନ୍ୟବର ଉମରକୋଟ ବିଧାୟକ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଥିଲେ। ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଓ କଂଗ୍ରେସ ର ୨୦୦ଶହ ରୁ ଉର୍ଦ୍ଧ୍ବ କାର୍ଯ୍ୟ କର୍ତ୍ତା ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ଥିଲେ ବିଧାୟକ ଶ୍ରୀ ଗଣ୍ଡ ଉତରିୟ ଦଳ ରେ ସ୍ୱାଗତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଵଜନାଥ ଗଣ୍ଡ, ସ୍ଥାନୀୟ ସରପଞ୍ଚ,ଓ ସମିତି ମେମ୍ବର ଵନସିଙ୍ଗ, ଉମରକୋଟ ନଗର ମଣ୍ଡଳ ସଭାପତି ସୁରେଶ ଆଚାର୍ଯ୍ୟ,ସନତ ଠାକୁର,ସେମଳା ସରପଞ୍ଚ ଗୁରୁଵାରୁ ଭତ୍ରା,ଵୁର୍ଜା ସରପଞ୍ଚ,ଶଭା ମାଝୀ,ଵେହେଡା ମଣ୍ଡଳ ସଭାପତି ଧନୁର୍ଜୟ ପରଜା, ରାଇଘର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା ନର୍ସିଙ୍ଗ କଲାର ଏଵଂ ଭାରତୀୟ ଜନତା ପାର୍ଟି ରଜୈଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

Comments (0)
Add Comment