ବିଜେଡି ଦଳର ଡିଜିଟାଲ ସେକ୍ରେଟାରୀ ଭାବେ ମନୋନୀତ ହେଲେ ବି ଭାସ୍କର

କୋଷାଗୁମୁଡା (କୋଶଲ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଜେଡି ଦଳ ର ଡିଜିଟାଲ ସେକ୍ରେଟାରୀ ଭାବେ କୋଡ଼ିଙ୍ଗା ଗ୍ରାମର ବି. ଭାସ୍କର ଦୋରା ଙ୍କୁ ମନୋନୀତ କରାଯାଇଛି । ଏନେଇ ଶ୍ରୀ ଦୋରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ବକ୍ସି ସହ ଜିଲ୍ଲା ଓ ବ୍ଲକ ବିଜେଡି ଦଳର ସମସ୍ତ କର୍ମକର୍ତ୍ତା ଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବିଜେଡି ଦଳ ଓ କୋଷାଗୁମୁଡା ଅଞ୍ଚଳ ପାଇଁ ହିତକର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବେ ବୋଲି ଗଣମାଧ୍ଯମ କୁ କହିଛନ୍ତି । ନିଷ୍ଠାପର ଭାବେ ସେ ଦଳ ପାଇଁ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି । ସେହିପରି ଶ୍ରୀ ଦୋରା ଙ୍କୁ ବ୍ଲକ ବିଜେଡି ଦଳ ପକ୍ଷରୁ ସୁବେଛା ଶୁଭକାମନା ଜଣାଇଛନ୍ତି ।

Comments (0)
Add Comment