ମୃତ୍ୟୁ ଏମିତି ବି ଆସେ ସିସି ଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଡ଼ିଓ

ନବରଙ୍ଗପୁର ଜିଲ୍ଲା (ଡାବୁଗାଁ) :- ମୃତ୍ୟୁ ଏମିତିବି ଆସେ , ଆଖି ପିଛୁଳାକେ ଚାଲିଗଲା ଯୁବକଙ୍କ ଜୀବନ , ଦୁର୍ଘଟଣା ର ଲାଇଭ୍ ଭିଜୁଆଲ ସିସି ଟିଭି ରେ କଏଦ ହୋଇଛି , ଥରେ ନଜର ପକାନ୍ତୁ ଏହି ସିସି ଟିଭି ରେ କଏଦ ହୋଇଥିବା ଭିଡ଼ିଓ ଉପରେ , କେଉଁ ଭଳି ଭାବରେ ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନା ରେ ଗାଡ଼ିଟିକୁ ଅଟକାଇ ରଖୁଛି , କିଛି ସେକେଣ୍ଡ ପରେ ଆଉଥରେ ଟ୍ରକ୍ ଟି ଆଗକୁ ବଢୁଛି , ଠିକ୍ ଏହି ସମୟରେ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକ୍ ଟିକୁ ପଛପଟୁ ଧକ୍କା ଦେଉଛି । ଏହାପରେ ଦୁର୍ଘଟଣା ଗସ୍ତ ହୋଇ ବାଇକ୍ ଚାଳକ ଏବଂ ତାଙ୍କ ବନ୍ଧୁ ତଳେ ଛିଟିକି ହୋଇ ପଡୁଛନ୍ତି । ଏହି ଦୁର୍ଘଟଣା ର ଲାଇଭ୍ ଦୃଶ ଟି ହେଉଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାର । ଏକ ଚାଉଳ ବୋଝେଇ ଟ୍ରକ୍ କୁ ପଛପଟୁ ଧୃତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହି ଜଣକ ମୃତ୍ୟୁବରଣ କରିଥିଲେ , ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ପିପଲଗୁଡା ଗ୍ରାମର ସାମ ଭତରା । ସୂଚନା ଅନୁଯାୟୀ ପିପଲଗୁଡା ଗ୍ରାମର ଦୁଇ ବନ୍ଧୁ ଜଟାବାଲ ଗ୍ରାମରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେଉଥିବା ସମୟରେ ପେଟ୍ରୋଲ ପମ୍ପ ସାମ୍ନା ରେ ଦୁର୍ଘଟଣା ଗସ୍ତ ହୋଇଥିଲେ । ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲ ରେ ଅମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଇଥିଲେ କିଛି ଯୁବକ । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment