ଶିଶୁ ଶ୍ରମିକଙ୍କୁ କମ ମୂଲ୍ୟ ଦେଇ କାର୍ଯ୍ୟ ରେ ନିୟୋଜିତ କରି ମାଲା ମାଲ ହେଉଛନ୍ତି ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ତଥାପି ପ୍ରଶାସନ ନିରବ

ନବରଙ୍ଗପୁର:- କୋରନା ସମୟରେ ଶିଶୁ ଶ୍ରମିକମାନଙ୍କୁ କମ୍ ମୂଲ୍ୟ ଧାର୍ଯ୍ୟ ରେ କାମରେ ନିୟୋଜିତ କରିବା ସହ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରି ନାହାଁନ୍ତି ଠିକାଦାର ।ଦୁଃଖର ବିଷୟ ଦାଇତ୍ୱ ରେ ଥିବା ସରକାର itda ଯନ୍ତ୍ରୀ କୁନାରାମ ମହନ୍ତ ମଧ୍ୟ ଅଭିଯୋଗ ହେବା ପରେ କଣସି ପଦକ୍ଷେପ ନେଇ ନାହାନ୍ତି କରନା ସମୟରେ ସେମାନଙ୍କ ସୁରକ୍ଷା ପାଇଁ କଣସି ସୁବିଧା ମଧ୍ୟ ନଇ ସାମାଜିକ ଦୂରତା ତୋ ଦୂରର କଥା ,ସେମାନଙ୍କୁ ମାସ୍କ କି ହେଣ୍ଡଗ୍ଲୋବ ମଧ୍ୟ ଦିଆ ଯାଇ ନ ଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ନା ସେଠାରେ କାମ ପାଇଁ ଫୋଳକ ଲାଗିଛି ନା ସରକାରଙ୍କ ଗାଇଡ଼ ଲାଇନକୁ ଫୋଲ କରାଯାଉଛି । ଏଭଳି ଏକ ଘୋଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ମେଦନା ଯିବା ରାସ୍ତାର ମିନି ଷ୍ଟାଡିୟମ ଠାରେ । ୧୨ ଲକ୍ଷ ମୂଲ୍ୟର ଏକ ନୂତନ ଗୃହ ନିର୍ମାଣ କାମରେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଝିଅ ବା ଶିଶୁଶ୍ରମିକ ନିୟୋଜିତ ଥିବା ଜାଣିବା ପରେ ମଧ୍ୟ ବିଭାଗୀୟ ଦାଇତ୍ୱରେ ଥିବା ଅଧିକାରୀ ସବୁ ଜାଣିକି କିଭଳି ଅଣଦେଖା କରୁଛନ୍ତି ତାହା ଆଶ୍ଚର୍ଯ୍ୟର କଥା ??? ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଖାସ କରି ଝିଅ ମାନଙ୍କ ପାଇଁ ବହୁତ ଯାଜନା କରାଯାଇଛି। ହେଲେ କେତେ ବେଳେ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲୋକେ ନିଜ ପିଲାଛୁଆଙ୍କୁ କାମ କରାଉଛନ୍ତି ତ କେତେବେଳେ ଠିକାଦାର ମାନେ କମ୍ ଟଙ୍କା ଦେଇ ଶିଶୁ ମାନଙ୍କୁ ପ୍ରଲଭନ ଦେଖାଇ ଶ୍ରମିକ ଭାବେ ନିଜ କାର୍ଯ୍ୟ ରେ ନିୟୋଜିତ କରିଥାନ୍ତି। କୋରନା ସମୟରେ କାମଧନ୍ଦା ନଥିବାରୁ ଏହାର ପାଇଦା ଉଠାଇ କମ ମୂଲ୍ୟରେ ଶିଶୁ ଶ୍ରମିକଙ୍କୁ ନିୟଜିତ କରୁଛନ୍ତି ଠିକାଦାର । ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ର ସଲାସୁତରରେ ଚାଲିଛି ସରକାରୀ କାମ ।ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ।କାରଣ ଏଭଳି କାର୍ଯ୍ୟରେ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ହେଉଛନ୍ତି ମାଲେମାଲ୍ ।ବଳି ପଡୁଛନ୍ତି ଦେଶର ଭବିଷ୍ୟତ ବା ଶିଶୁ ଶ୍ରମିକ। ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରେ ।ଶିଶୁମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସରକାର ବିଭିନ୍ନ ନିୟମ କରିଛନ୍ତି। ଏହା ପାଇଁ ଦିୟୀ କିଏ ବିଭାଗୀୟ କର୍ମଚାରୀ ନା ଠିକାଦାର । ପ୍ରତିବର୍ଷ ଅଧିକରୁ ଅଧିକ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରାଯାଇଥିଲେ ସୁଦ୍ଧା ସେହି ଖବର ଚାଇଲ୍ଡ ଲାଇନ ଅବା ଶିଶୁ ମଙ୍ଗଳ କମିଟି ପାଖକୁ ପହଂଚି ପାରୁ ନାହିଁ ଏହାର କରଣ କଣ ।ଖସକରି ଝିଅ ବା ଶିଶୁମାନଙ୍କ କୋମଳମତି ଶୈଶବ ଶ୍ରମରୁ ଆରମ୍ଭ ହୋଇ ଶ୍ରମରେ ଶେଷ ହୋଇଯାଉଛି ଓ ସେମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି। ତେଣୁ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ, ସଚୋତନତା ଦ୍ୱାରା ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇ ପାରିବ ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବକଥା ବଲି ବୁଦ୍ଧିଜୀବୀ ମାହଲରେ ଆଲଚନା ହେଉଥିବା ଦେଖିବାକୁ ମିଳିଛି

Comments (0)
Add Comment