ଡାବୁଗାଁରେ ଗଡିଲା କରୋନା ସଚେତନତା ରଥ

ନବରଙ୍ଗପୁର:-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଚେତନତା ରଥକୁ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ସବୁଜ ପତାକା ଦେଖାଇ ଆଜି ଉଦଘାଟନ କରିଛନ୍ତି | ଡାବୁଗାଁ ବ୍ଲକ ପ୍ରଶାସନ ଓ ହର୍ଷ ଟ୍ରଷ୍ଟ ର ମିଳିତ କରୋନା ସଚେତନତା ରଥ ଆଜି ଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ | ଏହି ସଚେତନତା ରଥ ମାଧ୍ୟମରେ କରୋନା ଭୂତାଣୁ ରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ମାନ ପ୍ରଚାର କରାଯିବ | ଯଥା – ସଚେତନତା ବାର୍ତ୍ତା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର, ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା ଆଦି ପ୍ରଚାର କରାଯିବା ସହ ଲୋକଙ୍କୁ ରୋଗକୁ ଭୟ କରି ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦିଆଯିବ | ଏଥିରେ ବିଡିଓ ରଞ୍ଜିତାମେରୀ ନାୟକ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ॰ଡି॰ ପ୍ରସାଦ, ସମେତ ହର୍ଷଟ୍ରଷ୍ଟର ଜିଲା ସଂଯୋଜକ ଦେବାଶିଷ ପତି, ଦଳପତି ପ୍ରଭାତ କୁମାର ସାହୁ ଏବଂ ଦଳପତି ଅଲେଖ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ |

Comments (0)
Add Comment