ବିଦ୍ୟୁତ ଶୁକ୍ଲ ବୃଦ୍ଧି ବିରୋଧରେ ଡାବୁଗାଁ ବିଜେପି ର ଦାବୀ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଡାବୁଗାଁ ବିଜେପି ତରଫରୁ ବିଦ୍ୟୁତ ଶୁକ୍ଲ ବୃଦ୍ଧି ବିରୋଧରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା ଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ସାଉଥ୍ କୋ ଅଧିନସ୍ଥ କାର୍ଯ୍ୟାଳୟ କୁ ଯାଇ ଦାବୀପତ୍ର ପ୍ରଦାନ କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଜିଲ୍ଲା ପଛୁଆବର୍ଗ ମୋର୍ଚ୍ଚା ସାଧାରଣ ସଂପାଦକ ଦଶମୁ କଲାର, ମଣ୍ଡଳ ଉପ ସଭାପତି ନରୁ ସିଂ, ରତ୍ନ କଲାର, ନର ମାଝୀ, ଯୁବମୋର୍ଚ୍ଚା ସଭାପତି ଓ୍ବାଇ ରାଜ କୁମାର, ଗୋବିନ୍ଦ ମାଝୀ, ଶୁଭଜିତ ପାଣିଗ୍ରାହୀ, ବିନୋଦ ସାନ୍ତା,ମଧୁ ପୂଜାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା ପ୍ରେସ କୁ ଜଣାଇଛନ୍ତି ଯେ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଦଳ ତରଫରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ।

Comments (0)
Add Comment