ଡାବୁଗାଁ ବ୍ଲକ ରେ ବନ ମହୋତ୍ସବ କାର୍ଯକ୍ରମରେ ଜିଲ୍ଲା ସାମ୍ବାଦିକ ଓ ବ୍ଳକ ସାମ୍ବାଦିକମାନଙ୍କୁ ଅଣଦେଖା କରୁଛନ୍ତି ଡାବୁଗାଁ ବନବିଭାଗ

ନବରଙ୍ଗପୁର :- ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହକୁ ” ବନ ମହୋତ୍ସବ ସପ୍ତାହ ” ରୂପେ ନବରଙ୍ଗପୁର ଜିଲ୍ଲାରେ ପାଳନ କରାଯାଉଛି l କିନ୍ତୁ ବନ ମହୋତ୍ସବ କାର୍ଯକ୍ରମରେ ଜିଲ୍ଲା ଏବଂ ଡାବୁଗାଁ ବ୍ଲକର ସାମ୍ବାଦିକ ମାନଙ୍କୁ ଅଣଦେଖା କରୁଛନ୍ତି ବନ ବିଭାଗ l ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଦ୍ବାରା କିଛିଦିନ ମଧ୍ୟରେ ତିନି ଗୋଟି ସ୍ଥାନରେ ବନ ମହୋତ୍ସବ ପାଳନ କାରା ଯାଇଥିବା ବେଳେ ଏହି ବିଷୟରେ ଡାବୁଗାଁ ସଦର ମହକୁମାରେ ଥିବା କୌଣସି ସାମ୍ବାଦିକଙ୍କୁ ସୂଚନା ଦିଆଯାଇ ନଥିଲା l ଫଳରେ ଏକ ପ୍ରକାର ସାମ୍ବାଦିକମାନଙ୍କୁ ବନ ବିଭାଗର ବିଭିନ୍ନ କାର୍ଯ୍ଯକ୍ରମରୁ ଦୂରେଇ ରଖାଯାଉଥିବା ଆଲୋଚନା ଚାଲିଛି l ଡାବୁଗାଁ ବନଖଣ୍ଡ ଅଧିକାରୀ ଭାବେ ସେତୁ ରଞ୍ଜନୀ ଗମାଙ୍ଗ ବନଖଣ୍ଡରେ ଯୋଗ ଦେବା ଦିନ ଠାରୁ ବା ଦାୟିତ୍ବ ନେଲା ପରେ ପରେ କୌଣସି କାର୍ଯ୍ଯକ୍ରମ ହେଉ କିମ୍ବା କୌଣସି ଘଟଣା ଗଣ ମାଧ୍ଯମକୁ କୌଣସି ସୂଚନା ନଦେଇ ସମସ୍ତ ଘଟଣାକୁ ଘଣ୍ଟ ଘୋଡାଇ ରଖିବା ପାଇଁ ଉଦ୍ୟମ କରୁଥିବା ଜଣା ପଡ଼ିଛି ।ଗତ ୩/୪ ଦିନ ହେବ ଡାବୁଗାଁ ବନାଞ୍ଚଳ ଦ୍ବାରା ଧନସୋରା,ଝାଲିଆଗୁଡା,କୁଟଗୁଡା ଏହି ତିନି ଗୋଟି ସ୍ଥାନରେ ବନମହୋତ୍ସବ ପାଳନ କରା ଯାଇଥିଲା l ବନମହୋତ୍ସବ ପାଳନ କରାଯାଇଥିଲେ ମଧ୍ଯ କୌଣସି ଗଣ ମାଧ୍ଯମକୁ ଡାବୁଗାଁ ବନାଞ୍ଛାଳ ଭାରପ୍ରାପ୍ତ ଅଧିକାରୀ କୌଣସି ସାମ୍ବାଦିକମାନଙ୍କୁ ଜଣାଇ ନଥିଲେ l


ସାମ୍ବାଦିକଙ୍କୁ ବନାଞ୍ଚଳରେ ବନ କର୍ମଚାରୀମାନଙ୍କ ଦ୍ବାରା କୌଣସି କାଠ ମାଫିଆଙ୍କୁ ଗିରଫ କରିବା, ଧରପଗଡ କରି ବନ୍ୟ ପ୍ରାଣୀ ଉଦ୍ଧାର କରିବା ଆଦି ଘଟଣାକୁ ସଂପୂର୍ଣ୍ଣ ଗୁପ୍ତ ରଖା ଯାଉଛି l ପୂର୍ବରୁ ଯେଉଁ ରେଞ୍ଜରେ ଧନୁର୍ଜୟ ମହାପାତ୍ରସାର ଥିବା ବେଳେ ସମସ୍ତ ସୂଚନା ଗଣମାଧ୍ଯମକୁ ଦେବା ସହ ବିଭିନ୍ନ ଉତ୍ସବ ବନମୋତ୍ସବରେ ସାମ୍ବାଦିକମାନଙ୍କୁ ସାମିଲ କରିବା ସହ ସମସ୍ତ ସୂଚନା ପ୍ରଦାନ କରାଯାଉଥିଲା l କିନ୍ତୁ କୌଣସି ତଥ୍ଯମାଗିଲେ ବର୍ତ୍ତମାନର ରେଞ୍ଜେର ସେତୁ ରଞ୍ଜନୀ ଗମାଙ୍ଗ ଡାବୁଗାଁ ବନାଞ୍ଚଳ ଅଧିକାରୀ ସାମ୍ବାଦିକମାନଙ୍କୁ ସହଯୋଗ ନକରିବା କାରଣ କ’ଣ ବୋଲି ଗଣମାଧ୍ଯମରେ ଚର୍ଚ୍ଚା ହେଉଛି l

Comments (0)
Add Comment