ବିପଦ ସଂଙ୍କୁଲ ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧ ଭଣ୍ଡାର

ନବରଙ୍ଗପୁର ଜିଲ୍ଲା(ଡାବୁଗାଁ):-ବିପଦ ସଂଙ୍କୁଲ ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧ ଭଣ୍ଡାର । ବହୁ ବର୍ଷ ପୁରୁଣା ଏହି ଔଷଧ ଭଣ୍ଡାର ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଜରାଶୀର୍ଣ୍ଣ ଅବସ୍ଥାରେ ଅଛି । କାନ୍ଥ ମାନଙ୍କରେ ବି ବଡ ବଡ ଫଟା ସୃଷ୍ଟି ହେଲାଣି । କେତେବେଳେ ଭାଙ୍ଗି କାହା ଉପରେ ପଡି ଜୀବନ ଚାଲି ଯିବ ତାହା କହି ହେଉନି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବହାର ହେଉଥିବା ବହୁ ମୂଲ୍ୟବାନ ଔଷଧ ଗୁଡିକ ଅଛି ଏହି ଔଷଧ ଭଣ୍ଡାରରେ।ଡାବୁଗାଁ ବ୍ଲକ ତଥା ଅଖା ପାଖର ଅଞ୍ଚଳର ପ୍ରାୟ ୧୦ ହାଜର ରୁ ଉର୍ଦ୍ଧ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭୟ କରନ୍ତି ।

ତଥାପି ବବହେଳିତ ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଏଠାରେ ଥିବା ଔଷଧ ଭଣ୍ଡାର।ଯଦି କେତେବେଳେ ଭାଙ୍ଗିଯିବ ଏହି ଗୃହ ତୋ ସରକାରଙ୍କ ତରଫରୁ ରଗୀଙ୍କ ପାଇଁ ଆସିଥିବା ବହୁ1 ମୂଲ୍ୟବାନ ଔଷଦ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହଇଯିବ ଏବଂ ଏବାବଦରେ ଖର୍ଚ୍ଚ ହଇଥିବା ସରକାରଙ୍କ ପଇସା ପାଣିରେ ପଡିଲା ଭଳି ହଇଯିବ । ପ୍ରାୟତଃ ଅଧିକାଂଶ ସମୟରେ ମେଡିକାଲ ଆସିଥିବା ସାଧାରଣ ଜନତା ମଧ୍ୟ ସେହି ସ୍ଥାନରେ ବିଶ୍ରାମ କରିଥାନ୍ତି ତେଣୁ କାଳ ବିଳମ୍ବ ନକରି ଯଥାଶୀଘ୍ର ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ଦାଇତ୍ୱ ରେ ଥିବା କର୍ମଚାରୀ ମାନେ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Comments (0)
Add Comment