ଡାବୁଗାଁ ଅଞ୍ଚଳକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ୍ କରିବା ପାଇଁ ସାଧାରଣ ଜନତାଙ୍କ ଦାବି

ଡାବୁଗାଁ ବ୍ଲକ : ଯେଉଁ ଭଳି କରୋନା ଭୁତାଣୁର ଭୟାବହତାକୁ ଦେଖି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ତଥା,ପଞ୍ଚାୟତ ଗୁଡିକ ଲକଡାଉନ ଘୋଷଣା କଲେ । ଠିକ ସେହି ଭଳି ଡାବୁଗାଁ ଅଞ୍ଚଳରେ ମଧ୍ୟ ଜିଲ୍ଲା ପ୍ରସାସନ ପକ୍ଷରୁ ଦୃଡ଼ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ନିବେଦନ କରିଛନ୍ତି ।କାରଣ ଡାବୁଗାଁ ଅଞ୍ଚଳ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ ଏହି ଅଞ୍ଚଳରେ ଅଧିକାଂଶ ଲୋକ ମାନୁ ନାହାନ୍ତି କୋଭିଡ କଟକଣା ଏବଂ ସଚେତନତା ର ଭରପୁର ଅଭାବ ରହିଛି । ସତର୍କତା ଦୃଷ୍ଟିରୁ ଯଥାଶୀଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୋଇଥାନ୍ତା ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ଭୟାବହ ହେବ। ଖାଲି ଏତିକି ନୁହେଁ ଲକଡାଉନ ସମୟରେ ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭଲ ହୋଇଥାନ୍ତା ।ମାସ୍କ ଚେକିଙ୍ଗ, ସାମାଜିକ ଦୂରତା, ଏବଂ ଯେଉଁ ମାନେ ବାହାର ଗାଁ ଗୁଡିକ ରୁ ଡାବୁଗାଁ କୁ ଗାଡ଼ିରେ ଆସୁଛନ୍ତି ସେମାନଙ୍କ ଗାଡି କାଗଜପତ୍ର ସହ ହେଲମେଟ ଚେକିଙ୍ଗ ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି । ଏଭଳି ନିଷ୍ପତି ନେବା ପୂର୍ବରୁ ଡାବୁଗାଁ ଅଞ୍ଚଳରେ ଗାଡ଼ି ରେ ମାଇକ ସାହାଯ୍ୟରେ ଜଣାଇଦେଲେ ମଧ୍ୟ ଆହୁତି ଭଲ ହୋଇଥାନ୍ତା ଏବଂ ଏସବୁ ପାଇଁ ସ୍ଥାନୀୟ ବକଣି ଭାଇ ମାନଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି, କାରଣ ଲୋକମାନେ ପୂର୍ବରରୁ ପ୍ରସ୍ତୁତ ହୋଇ ପାରିଥାନ୍ତେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମ ପଡୋଶୀ ରାଜ୍ୟ ଗୁଡିକରୁ ବହୁସଂଖ୍ୟକ ଲୋକ ବର୍ତ୍ତମାନ ଡାବୁଗାଁ ଅଞ୍ଚଳକୁ ଆସୁଛନ୍ତି । ତେଣୁ ଆମ ରାଜ୍ୟ ସହ ଯେଉଁ ରାଜ୍ୟର ବୋର୍ଡର ଲାଗିଛି ସେସବୁକୁ ମଧ୍ୟ କିଛିଦିନ ପାଇଁ ବନ୍ଦ କରାଯାଉ ଏବଂ ବାହାର ରାଜ୍ୟରୁ ଆସୁଥିବା ବଡ଼ବଡ଼ ଗାଡି ଗୁଡିକକୁ ମଧ୍ୟ କିଛି ଦିନ ପାଇଁ ଆସିବା ପାଇଁ ଅନୁମତି ଦିଆନଗଲେ ଭଲ ହୋଇଥାନ୍ତା । ନଚେତ ଆଗାମୀ ଦିନରେ ହେବାକୁ ଯାଉଥିବା ମହା ବିପଦକୁ ରୋକିବା କଷ୍ଟକର ହୋଇଯିବ । ସୂଚନାଯୋଗ୍ୟ:- ଆସନ୍ତା ଏହି ଦୁଇ ସପ୍ତାହ କରୋନା ରୋକିବା ପାଇଁ ବହୁତ ମହତ୍ଵପୂର୍ଣ୍ଣ ବୋଲି ବିଶେଷଜ୍ଞ ମାନେ ବି କହୁଛନ୍ତି ।ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ(ଜିଲ୍ଲା ପାଳ) ଏଥିପ୍ରତି ବିଶେଷ ଧ୍ୟାନ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Comments (0)
Add Comment