ଡାବୁଗାଁ ସବ ରେଜିଷ୍ଟାର ପଦ ଖାଲି

ଡାବୁଗାଁ:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ରେ ଦୀର୍ଘ ବର୍ଷ ହେବ,ସବ ରେଜିଷ୍ଟାର କାର୍ଯ୍ୟାଳୟ ଅରମ୍ବ ହୋଇଛି । ବର୍ତ୍ତମାନ ଏହା ତହସିଲ କାର୍ଯ୍ୟାଳୟ ପରିସର ଭିତରେ ଚାଲିଛି କିନ୍ତୁ ଆରମ୍ଭ ହେବା ଦିନ ଠାରୁ ସବରେଜିଷ୍ଟାର ପଦବିରେ କାହାରିକୁ ନିଯୁକ୍ତି ଦିଆ ଯାଇ ନାହିଁ ।ପ୍ରାରମ୍ଭରୁ ଡାବୁଗାଁ ତହସିଲଦାର ଉଭୟ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଯାହା ଫଳରେ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ, ଜମିଜମା ରେଜିଷ୍ଟ୍ରେସନ ପାଇଁ ଅସୁଥିବା ଲୋକେ ବହୁତ ହଇରାଣ ହେଉଥିବା ଦେଖାଯାଉଛି ।ତେଣୁ ସ୍ଥାୟୀ ସବ ରେଜିଷ୍ଟାର ପଦ ନିଯୁକ୍ତି କରାଯାଉ ବୋଲି ଜନସାଧାରଣ ଦାବି କରୁଛନ୍ତି ।

Comments (0)
Add Comment