ନିୟମିତ ଡିୟୁଟି ନଯାଇ ଡାବୁଗାଁ ଡବ୍ଲୁଇଓ ନିଲମ୍ବିତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଡବ୍ଲୁଇଓ ଶୈଳେନ୍ଦ୍ର ନାଥ ରଥଙ୍କୁ ଅନୁସୂଚିତ ଜନଜାତି ବିଭାଗ ନିର୍ଦେଶକ ନିଲମ୍ବିତ କରିଛନ୍ତି । ନିୟମିତ ବ୍ୟବଧାନରେ ଡିୟୁଟି ନକରିବା ଓ କାର୍ଯ୍ୟରେ ଅବହେଳାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲାପାଳ ଏହାର ତଦନ୍ତ କରାଇବା ପରେ ଘଟଣା ସତ୍ୟାସତ୍ୟ ଥିବା ନେଇ ଜାଣି ଥିଲେ । ଏହାକୁ ନେଇ ଜିଲ୍ଲାପାଳ ଅଜିତ କୁମାର ମିଶ୍ର କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ସୁପାରିଶ କରିଥିଲେ । ଏହାକୁ ଭିତ୍ତି କରି ଅନୁସୂଚିତ ଜନଜାତି ବିଭାଗ ନିର୍ଦେଶକ ନିଲମ୍ବିତ କରିଛନ୍ତି ।

Comments (0)
Add Comment