ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫଳ ଓ ମାସ୍କ ବଣ୍ଟନ

ନବରଙ୍ଗପୁର(କୋଶଲ ନ୍ୟୁଜ)ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ତଥା ସମାଜସେବୀ ପଦ୍ମନ ବିଶୋଇଙ୍କ ସହଯୋଗ ଓ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଙ୍କ ନେତୃତ୍ୱ ରେ ସବୁ ୱାର୍ଡର ରୋଗୀଙ୍କୁ ଫଳ ଓ ମାସ୍କ ବଣ୍ଟନ କରାଯାଇଛି । କୋରନା ଭଳି ମହାମାରୀ ବ୍ୟାପୁ ଥିବା ବେଳେ ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ମାସ୍କ ବ୍ୟବହାର କରିବା । ସେହିପରି ମାସ୍କ ସହ ସାମାଜିକ ଦୁରତା , ସବୁବେଳେ ହାତକୁ ଧୋଇବା ଓ ସାନିଟାଇଜ କରିବା କୁ ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି ଫଳ , ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଦେବାଶିଷ ମହାନ୍ତି , ଅନିଲ ରାଉତ , ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା କଂଗ୍ରେସ ର ଏଭଳି କାର୍ଯ୍ୟକ୍ରମ କୁ ସବୁ ମୋହଲରେ ପ୍ରଶଂସା କରିଛନ୍ତି ।

Comments (0)
Add Comment