କୋଷାଗୁମୁଡା ରେ ଫଳ ଓ ମାସ୍କ ବଣ୍ଟନ

ନବରଙ୍ଗପୁର (କୋଶଲ ନ୍ୟୁଜ) ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ତଥା ସମାଜସେବୀ ପଦ୍ମନ ବିଶୋଇଙ୍କ ସହଯୋଗରେ ରୋଗୀଙ୍କୁ ଫଳ ଓ ମାସ୍କ ବଣ୍ଟନ କରାଯାଇଛି । ସେହିପରି କୋଷାଗୁମୁଡା ଥାନା ଓ କୋଡ଼ିଙ୍ଗା ଥାନାରେ ମଧ୍ୟ ମାସ୍କ ବଣ୍ଟନ କରାଯାଇଥିବା ଜଣାପଡିଛି । ଏଥିରେ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଓ ଅନ୍ୟମାନେ ସାମିଲ ହୋଇଥିଲେ । କୋରନା ଭଳି ମହାମାରୀ ବ୍ୟାପୁ ଥିବା ବେଳେ ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ମାସ୍କ ବ୍ୟବହାର କରିବା ।

ସେହିପରି ମାସ୍କ ସହ ସାମାଜିକ ଦୁରତା , ସବୁବେଳେ ହାତକୁ ଧୋଇବା ଓ ସାନିଟାଇଜ କରିବା କୁ ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି ଫଳ , ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଦେବାଶିଷ ମହାନ୍ତି , ଭଗବାନ ଗଣ୍ଡା , ପପୁ ରାଉତ , ସରୋଜ ଗିଲାସ ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବାବୁଲି ବାଘ ସୂଚନା ଦେଇଛନ୍ତି ।

Comments (0)
Add Comment