ଜଳୁନି ଉଜ୍ଜଳ ଆଲୋକ, ବ୍ୟବସ୍ତା ଥାଇ ଅନ୍ଧାରରେ ଲୋକେ

ନବରଙ୍ଗପୁର (କୋଶଲ ନ୍ୟୁଜ୍) କୋଷାଗୁମୁଡା ପଲ ଅଛି, ଲାଇଟ ମଧ୍ୟ ରହିବା ସହ ବିଦ୍ୟୁତ ସଂଯୋଗ ମଧ୍ୟ ରହିଛି ହେଲେ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇଗଲାଣି ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା । କେଉଁଠି ବିଦ୍ୟୁତ୍‌ ତାର ନାହିଁ ତ ଆଉ କେଉଁଠି ବଲ୍‌ବ ଜଳୁନି। ଫଳରେ ବ୍ୟବସ୍ଥା ଥାଇ ମଧ୍ୟ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବଡ ଆଟିଗାଁ ସଦର ପଞ୍ଚାୟତ ଠାରେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ୨୦୧୭-୧୮ବର୍ଷରେ ବିଧାୟକ ଉନ୍ନୟନ ପାଣ୍ଠିରୁ ଆଟିଗାଁର ଆମ୍ବଗାଁ ଛକଠାରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥା ଆରମ୍ଭ ହେବାର ୩ ବର୍ଷ ବିତିଯାଇଛି । ଏବେ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅଚଳ ହୋଇପଡିଛି । ଏଥିଯୋଗୁ ଅଞ୍ଚଳବାସୀ ବ୍ୟବସ୍ଥା ଥାଇ ମଧ୍ୟ ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି । ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାପରେ ଏହାର ଦେଖାରଖା ଦାୟିତ୍ଵ ପଞ୍ଚାୟତକୁ ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ଯୋଜନା ଫେଲ୍‌ ହୋଇଥିବା ଗ୍ରାମବାସୀ କହିଛନ୍ତି ।ଏନେଇ ଆମେ ଆଟିଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଧିଷ୍ଟିର ରାଜଗୋଣ୍ଡଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ “ଏନେଇ ସେ ବ୍ଲକ ନିକଟରେ ଜଣାଇଥିଲେ,ଲାଗିଥିବା ବଲ୍ବଗୁଡିକ ୭ବର୍ଷ ଗ୍ୟାରେଣ୍ଟି ରହିଥିବା ବେଳେ ବର୍ଷକ ମଧ୍ୟରେ ପୋଡି ନଷ୍ଟ ହୋଇଛି ବଲ୍ବ ବଦଳାଇ ଆଲୋକିକରଣ ପ୍ରକ୍ରିୟା ତ୍ବରାନିତ କରାଯିବ । ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆଟିଗାଁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment