ଡାକ୍ତରଙ୍କ ଅନଲାଇନ ଇଂଜେକସନ ଯୋଗୁଁ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ଡାକ୍ତରଙ୍କ ଅନଲାଇନ ଇଂଜେକସନ ବ୍ୟବହାର କରିଥିବା ଯୋଗୁଁ ଏକ ଶିଶୁପୁତ୍ର ର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନା ଯୋଗ୍ୟ ପାପଡାହାଣ୍ଡି ବ୍ଲକ ନିଳାବତୀ ଗୁଡା ଗ୍ରାମର ପ୍ରଶାନ୍ତ ବିଶୋଇ ଓ ପତ୍ନୀ ଅମ୍ରିତା ବିଶୋଇ ୬ ମାସ ତଳେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ । ଜନ୍ମ ହେବା ପରେ ଅମ୍ରିତା ନିଜ ପୁଅ ଶ୍ରୀଅଂଶ ବିଶୋଇ କୁ ନେଇ ନିଜ ବାପା ଘରେ ୬ ମାସ ହେଲା ରହୁଥିଲେ । ସେମାନେ ପୁତ୍ର କୁ ନେଇ ବହୁତ ଖୁସିରେ ଥିଲେ । ହଠାତ ୩୦/୩/୨୦୨୧ ତାରିଖ ରାତ୍ରି ରେ ପୁତ୍ର ର ଦେହ ଖରାପ ହୋଇଥିଲା।୩୧ ତାରିଖ ବୁଧବାର ବାପା ଓ ମା ପୁତ୍ର କୁ ଧରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଶିଶୁ କୁ ଚିକିତ୍ସା କରିବା ନେଇ ଫୋନ ର ଅନଲାଇନ ରେ ଇଂଜେକସନ ଦେଖି ଡ୍ୟୁଟିରେ ଥିବା ନର୍ସ ଙ୍କୁ ଶିଶୁକୁ ଇଂଜେକସନ ଦେବାପାଇଁ କହିଥିଲେ । ହେଲେ କିଏ ଜାଣିଥିଲା ନିଷ୍ଠୁର ଡାକ୍ତର ଙ୍କ ଇଂଜେକସନ ଛୁଞ୍ଚି ରେ ଶିଶୁ ର ଜୀବନ ଚାଲିଯିବ ବୋଲି ? ଶେଷରେ ଇଂଜେକସନ ଦେବାର କିଛି ସମୟ ପରେ ଶିଶୁଟି ର ଜୀବନ ଚାଲି ଯାଇଥିବା ପରିବାର ଲୋକେ କହିଥିଲେ । ହେଲେ ଶିଶୁ ମରିଯିବା ପରେ ଡାକ୍ତର ସେଠାରୁ କୁଆଡେ ଲୁଚି ଚାଲିଯାଇଥିଲେ ।

ଏହି ବିଷୟ ନେଇ ଆମ୍ଭେ ଡାକ୍ତରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଏହି ବିଷୟରେ କିଛି ନ କହି ଏହି ବିଷୟରେ ଡାବୁଗାଁ ଆଇ ଆଇ ସି ଙ୍କୁ ପଚାରିବାକୁ କହିଥିଲେ । ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କି ଏହି ଘଟଣା ସାଙ୍ଗରେ ଆଇଆଇସି ଙ୍କ ସମ୍ପର୍କ କଣ ? ଏହି ବିଷୟ ନେଇ ପୁଣି ଆମ୍ଭର ସମ୍ବାଦ ଦାତା ଡାକ୍ତର ଙ୍କୁ ଫୋନ ଯୋଗେ ଯୋଜଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଡାକ୍ତର ତାଙ୍କ ଫୋନ ପ୍ରଥମେ କାଟିଦେଇଥିଲେ । ପରେ ଆଉଥରେ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ କିଛି କହିବାକୁ ସଫା ମାନକରି ଦେଇଥିଲେ ଓ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ ଙ୍କୁ ପଚାରିବାକୁ କହି ଫୋନ କାଟିଦେଇଥିଲେ । ଏଥିରେ ଥିବା ଡାକ୍ତର କାହିଁକି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛାଡି କୁଆଡେ ଯାଇଥିଲେ ଓ କାହିଁକି ପଳାଇଥିଲେ ଏ ବିଷୟ ରେ ଏବେ ଜନସଧାରଣ ପ୍ରଶ୍ନ ବଚି ସୃଷ୍ଟି କରିଛନ୍ତି ।

Comments (0)
Add Comment