ଲୁଗା ଦୋକାନ ରେ ନିଆଁ

ଲୁଗା ଦୋକାନ ରେ ନିଆଁ । ନବରଙ୍ଗପୁର ସହର ରେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପାରସନାଥ ଏମ୍ପପୋରୀୟମ ନାମକ ଏକ ଲୁଗା ଦୋକାନରେ ଲାଗିଛି ନିଆଁ । ଲୁଗା ଦୋକାନ ରେ ହଠାତ ନିଆଁ ଲାଗି ଯାଇଥିଲା । କିଏ କିଛି ବୁଝିବା ପୂର୍ବରୁ ନିଆଁ ସହ ଧୂଆଁ ରେ ଦୋକାନ ରେ ଭର୍ତି ହୋଇଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୋକାନ ପରିବେଶ ଧୂଆଁ ରେ ପୂର୍ଣ୍ଣ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ସଠିକ ଆକଳନ ହୋଇପାରିନାହିଁ । ଏୟାର କଣ୍ଡିସନ୍ ରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୋକାନ ମଧ୍ୟରେ ଚାରିଆଡେ କରାଯାଇଥିବା ସିଲିଂ ଭାଙ୍ଗି ଧୁଆଂକୁ ବାହାରକୁ କାଢ଼ିବା ଯନ୍ତ୍ରର ସହାୟତା ନିଆଯାଇଛି। ଘଟଣା ସ୍ଥଳରେ ପାଞ୍ଚଟି ଦମକଳ ଗାଡି ନିୟୋଜିତ ରହିଛି!

Comments (0)
Add Comment