କାନ୍ଦ୍ରାଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ ରେ ମାଛ ଚାଷ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ ଏବଂ ଅଗ୍ରଗାମୀ ବେସରକାରୀ ସଂସ୍ଥା ଙ୍କ ମିଳିତ ଆନୁକୂଲ୍ୟରେ ଗତବର୍ଷ ଛଅ ପକେଟ ମାଛ ଯାଆଁଳା ରେ ମାଛ ଚାଷ କରାଯାଇଥିଲା। ଠିକ ବର୍ଷକ ପରେ କାନ୍ଦ୍ରାଗୁଡା ଗ୍ରାମବାସୀ ଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦୁଇଶହ ଦୁଇ କିଲୋ ମାଛ ଧରି କାନ୍ଦ୍ରାଗୁଡା ଗ୍ରାମର ୪୪ ପରିବାର ମଧ୍ୟରେ ଚାରି କିଲୋ ଲେଖା ମାଛ ବଣ୍ଟନ କରି ବଳକା ମାଛକୁ ବଜାରରେ ବିକ୍ରି କରି ଉପାର୍ଜିତ ଟଙ୍କା କୁ ଗ୍ରାମବାସୀ ଙ୍କ ଦ୍ଵାରା ଖୋଲାଯିବା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ରେ ଜମା ରଖିଛନ୍ତି । ଏହିଭଳି ଜିଲ୍ଲାର ପ୍ରତି ଗ୍ରାମର ପୋଖରୀରେ ମାଛ ଚାଷ କଲେ ଅନେକ ଲୋକ ଆତ୍ମନିର୍ଭରଶୀଳ ଏବଂ ସ୍ୱଭାଲମ୍ବୀ ହେବା ସହିତ ମାଛ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

Comments (0)
Add Comment