ଖୁଲମ୍ ଖୁଲା ଚାଳିଛି ଜୁଆ ଖେଳ,ନିରବ ଦ୍ରଷ୍ଟା ସାଜିଛି କି ପୋଲିସ???

କୋଶଲ ନ୍ୟୁଜ୍ ବ୍ୟୁରୋ  : ନବରଙ୍ଗପୁର :- ଖୁଲମ୍ ଖୁଲା ଚାଳିଛି ଜୁଆ ଖେଳ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ପଂଚାୟତ ରେ ଚାଲିଛି ଜୁଆ ଏବଂ ଖୁଡଖୁଡି ଖେଳ, ବୁଧବାର ଯୋଡ଼େଙ୍ଗା ପଂଚାୟତ ର ଖାଡଙ୍ଗା ଗ୍ରାମ ରେ ଚାଲିଛି ଖୁଲମ ଖୁଲା ଜୁଆ ଖେଳ, ମଣ୍ଡେଇ ଯାତ୍ରା ଚାଲିଥିବା ସମୟରେ ଯୁଆଡି ମାନେ ସକ୍ରିୟ ହୋଇ ଉଠିଛନ୍ତି । ସନ୍ଧ୍ୟା ସମୟ ଠୁ ଆରମ୍ଭ କରିଦେଇଛନ୍ତି ଜୁଆ ଖେଳ, ଜୁଆ ଖେଳ ଚାଲିଥିବା ସମୟରେ ଏଥିରୁ କେହି ମଧ୍ୟ ବାଦ ପଡିନାହାନ୍ତି ପିଲାରୁ ବୃଦ୍ଧ ପର୍ଯନ୍ତ । ଜୁଆ ଖେଳ ବିଷୟରେ ପୋଲିସ ପାଖରେ ଖବର ନାହିଁ ନା ପୋଲିସ ଜାଣି ଶୁଣି ଜୁଆ ଖେଳ କୁ ପ୍ରଶୟ ଦେଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି

Comments (0)
Add Comment