କୋରନା ସମୟରେ ପ୍ରହସନ ପ୍ରାଣୀ ଚିକିତ୍ସକ ଙ୍କ ସମୂହ ଇସ୍ତଫା ଚେତାବନୀ

ନବରଙ୍ଗପୁର: (ଡାବୁଗାଁ ବ୍ଲକ) ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ମିଳିତ ଡାକରାରେ ଗତ ଏପ୍ରିଲ ମାସରୁ ପ୍ରାଣୀ ଚିକିତ୍ସକ ମାନେ ବିଭିନ୍ନ ସମସ୍ୟା ନେଇ କଳା ବ୍ୟାଜ ପରିଧାନ କରିବା ସହ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛନ୍ତି ।ଦାବି ପୂରଣ ନ ହେଲେ ଆଗାମୀ ୨୫ ମଇ ରୁ ସମହୋ ଇସ୍ତଫା ଚେତାବନୀ ଦେଇଛନ୍ତି । ଦୁଃଖର ବିଷୟ ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଜରୁରୀ ସେବା ଦିଆ ଯାଉ ନଇଁ । ଯୋ ଦ୍ଵାରା ଗାଁ ଗହଳିରେ ଲୋକେ ପ୍ରାଣୀମାନଙ୍କ ଚିକିତ୍ସା ନିମନ୍ତେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।କିଛି ବର୍ଷ ପୂର୍ବରୁ ଭ୍ରାମ୍ୟ ମାଣ ଗାଡ଼ି ସାହାଯ୍ୟରେ ମାସରେ ପ୍ରାୟ ୧୫/୨୦ ଦିନ ପଶୁ ମାନଙ୍କୁ ଟୀକାକରଣ, କୃମି ଔଷଧ ପ୍ରଦାନ ସହ ଜରୁରୀ ସେବା ପ୍ରଦାନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଡାବୁଗାଁ ବ୍ଲକରେ ୨/୩ ବର୍ଷ ହେବ ତାହା ସମ୍ପୂର୍ଣ୍ଣ ବନ୍ଦଅଛି କହିଲେ ଚଳେ । ପ୍ରାଣୀ ଚିକିତ୍ସକ ଙ୍କ ଦାବି ପୁରଣ ନିମନ୍ତେ ସରକାରଙ୍କୁ ଚାପ ସୃଷ୍ଟି କରିବା କୋରନା ସମୟରେ ଏଭଳି ପ୍ରହସନ କେତେଦୂର ଯୁକ୍ତିଯୁକ୍ତ ଅଟେ ବୋଲି ସାଧାରଣରେ ଆଲଚନା ହେଉଛି ।ଲୋକେ ଜରୁରୀ ସେବା ପାଇବାରୁ ବଞ୍ଚିତ ହୋଉଛନ୍ତି । ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଗୋରୁ, ଛେଳି,ମେଣ୍ଢା, କୁକୁର, କୁକୁଡ଼ା ଆଦି ପ୍ରାଣୀ ନାନା ରୋଗରେ ଆକ୍ରାନ୍ତ ହେଇଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ବହୁ ସମସ୍ୟା ରେ ପଡିଛନ୍ତି ଡାବୁଗାଁ ଅଞ୍ଚଳରେ ଗୋରୁ, ଛେଳି,ମେଣ୍ଢା, କୁକୁର, କୁକୁଡ଼ା ରଖିଥିବା ଚାଷୀ ମାନ।

Comments (0)
Add Comment