ସାଧୁସନ୍ଥ ମାନଙ୍କ ଉପରେ ଅତ୍ୟାଚାର କୁ ନେଇ ଉଦବେଗ ପ୍ରକାଶ କଲା ହିନ୍ଦୁ ମହାସଂଘ

ନବରଙ୍ଗପୁର :- ଗତ ୧୬ ତାରିଖ ରେ କଟକ ଜିଲ୍ଲା ସ୍ଥିତ ଶରଧାପୁର ଭାଗବତ ଆଶ୍ରମ ର ସାଧୁ ଗୋବିନ୍ଦ ଚରଣ ଦାସ ଙ୍କୁ ଏ.ଏସ.ଆଇ ପବିତ୍ର ମୋହନ ପଟ୍ଟନାୟକ ଉଲଗ୍ନ କରି ପିଟିବାକୁ ଧମକ ଦେଇଥିଲେ। ତାଙ୍କ ବିରୁଦ୍ଧରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ ଏବଂ ଅନ୍ୟାନ୍ୟ ସଂଗଠନ ତରଫରୁ ଏତଲା ଏବଂ ଅଭିଯୋଗ ପ୍ରଦାନ କରାଯାଇଛି। କିନ୍ତୁ ସମସ୍ତ ପ୍ରମାଣ ଥିବା ସତ୍ବେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ହିନ୍ଦୁ ମହାସଂଘ ଅଭିଯୋଗ କରିଛି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଶ୍ରୀ ଜୟନ୍ତ କୁମାର ପାତ୍ର ସାମ୍ବାଦିକ ସମ୍ମିଳନୀ ରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆଇନ୍ ଅନୁଯାୟୀ ଦୋଷୀ ବ୍ୟକ୍ତି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଦୀର୍ଘ ତିନି ଦିନ ହେଲା ଦେବଗିରି ଆଶ୍ରମ ରେ କ୍ରାନ୍ତି ବାବା ଆମରଣ ଅନଶନ ରେ ବସିଛନ୍ତି। ବାବା ଙ୍କ ଅନଶନ କୁ ସଂପୂର୍ଣ୍ଣ ସମର୍ଥନ ଜଣାଇ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା ଗୋଟିଏ ଦିନ ଧାରଣା ରେ ଆଜି ଠାରୁ ନିଜ କୋଟାଗାଁ ସ୍ଥିତ ଆଶ୍ରମରେ ବସିଛନ୍ତି। ସେ ବ୍ୟକ୍ତ କରିଛନ୍ତି ସାଧୁସନ୍ଥ ମାନଙ୍କ ଉପରେ ଅତ୍ୟାଚାର କୁ ସନ୍ଥ ସମାଜ ଆଉ ସହ୍ୟ କରିବ ନାହିଁ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ସଂଯୋଜକ ନରସିଂହ ତ୍ରିପାଠୀ ମଧ୍ୟ ଏହି ଅପ କର୍ମ କୁ ବିରୋଧ କରିଛନ୍ତି। ଗତକାଲି ସକାଳେ ଏବଂ ରାତିରେ ଦୁଇ ଥର ଗୁଗୁଲମିଟ୍ ଯୋଗେ କେନ୍ଦ୍ରୀୟ ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଲୋକନାଥ ପାଣିଗ୍ରାହୀ, କେନ୍ଦ୍ରୀୟ ପ୍ରବକ୍ତା ଶ୍ରୀ ରାମ ମୁଦୁଲି, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ,ଓଡ଼ିଆ ହିନ୍ଦୁ ମହାସଂଘ ବିଭାଗ-୧ର ସଂଯୋଜକ ନିଖିଲ ସାହୁ, ଦକ୍ଷିଣ ଓଡ଼ିଶା ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ସ୍ବାଗତୀକା ସାମନ୍ତରାୟ, ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଂପାଦିକା ଅନ୍ନପୂର୍ଣ୍ଣା ଭତ୍ରା, ମହାସଂଘ ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ,କହ୍ନାଇ ଲାଲ ଗୁପ୍ତା,ବାବୁଲାଲ ହରିଜନ ତଥା ଓଡ଼ିଶା ହିନ୍ଦୁ ମହାସଂଘ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ କ୍ରାନ୍ତି ବାବାଙ୍କ ସହ ଆଲୋଚନା କରିଥିଲେ। ସମସ୍ୟା ର ଶିଘ୍ର ସମାଧାନ ପାଇଁ ବୁଦ୍ଧିଜୀବୀ ମାନେ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି।

Comments (0)
Add Comment