ହିନ୍ଦୁ ମହାସଂଘ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ନବବର୍ଷ ପାଳିତ

ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ହିନ୍ଦୁ ମହାସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ନବବର୍ଷ ପାଳନ କରା ଯାଇଛି। କୋଭିଡ କଟକଣା ଯୋଗୁଁ ସାଧାରଣ ସଭା ଏବଂ ମଟରସାଇକେଲ ରେଲି କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାସ୍କ ବଣ୍ଟନ ଏବଂ ସେନିଟାଇଜର ବ୍ୟବହାର ସହ ଗୋ ପୂଜନ ଏବଂ ଭାରତମାତା ପୂଜନ କରା ଯାଇଥିଲା। ଏହି ଅବସରରେ ଏକ ନିରାଡାମ୍ବର ବୈଠକ ରେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୈ।ଭାଗ୍ୟ ବାବା, ପୂଜ୍ୟ ଗୋକର୍ଣ୍ଣ ବାବା, କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ଆଇନ୍ ପରାମର୍ଶଦାତା ଅରୁଣ ନାୟକ, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ,ମନୋଜ ମହାଙ୍କୁଡ, ଯୁବ ଆଦିବାସୀ ନେତା ପଦ୍ମନ ନାୟକ, ଅଖଣ୍ଡ କେଶରୀଆ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମୀହିର ଶଙ୍କର ପାତ୍ର, ଜୟପୁର ମଣ୍ଡଳ ମହାସଂଘ ପ୍ରମୁଖ ବହ୍ଲବ ପାଢି,ବାବୁଲାଲ ହରିଜନ, ଟୁକୁ ପାଣିଗ୍ରାହୀ, ରାଜେଶ ନିଗି, ଦୟାସିନ୍ଧୁ ମାଝୀ, ବାବୁଲି ପାଳ, ନରେନ୍ଦ୍ର ସାହୁ,ଗୁଣଧର ଭତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଯୋଗଦେଇ ଭାରତମାତା ପୂଜନ ରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରୀୟ ସମିତି ପ୍ରମୁଖ ତଥା ମହାସଂଘ ର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ କୁମାର ପାତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ର ମହତ୍ତ୍ଵ ଏବଂ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ସାଧୁସନ୍ଥ ମାନଙ୍କ ଆଶିର୍ବାଦ ନେଇଥିଲେ, ପ୍ରସାଦ ସେବନ କରିଥିଲା ଏବଂ ଦେଶ ଓ ଧର୍ମ ରକ୍ଷା ପାଇଁ ଶପଥ ନେଇଥିଲେ!

Comments (0)
Add Comment