ଐତିହାସିକ ପୋଡାଗଡ଼ ପୀଠରେ ମାଁ ଦନ୍ତେଶ୍ୱରୀଙ୍କ ଚୈତ୍ର ନବରାତ୍ର ପାଳିତ

ନବରଙ୍ଗପୁର – ୧୫/୪/୨୧. ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଅତୀତର କିମ୍ବଦନ୍ତୀ ବହନ କରୁଥିବା ପର୍ଜ୍ୟଟନ ସ୍ଥଳୀ ଐତିହାସିକ ପୋଡ଼|ଗଡ଼ ପୀଠର ମା ଦନ୍ତେଶ୍ୱରୀ ଦେଵୀ ଙ୍କ ନବରାତ୍ର ପୂଜା ଉମରକୋଟ ଗୁଲିପାଟଣା ସାହିରେ ରହୁଥିବା ପୋଡାଗଡ଼ ପୀଠର ପ୍ରକୃତି ଗବେଷକ କୈଳାଶ ଚନ୍ଦ୍ର ବେହେରା ଙ୍କ ନିଜ ବାସଭବନରେ ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି | ଗୁଲିପାଟଣା ଓ ଆଖପାଖ ଅଞ୍ଚଳର ବହୁ ଭକ୍ତ ନବରାତ୍ର ଉପବାସ ବ୍ରତ ପାଳନ କରୁଛନ୍ତି | ପୂଜାରେ ଚଣ୍ଡୀପାଠ, ଚଣ୍ଡୀପୁରାଣ ଇତ୍ୟାଦି ପାଠକୁ ନିଜେ କୈଳାଶ ଚନ୍ଦ୍ର ବେହେରା ନିଜ ହାତରେ କରୁଛନ୍ତି | ଏହି ସ୍ୱତନ୍ତ୍ର ପୂଜାରେ ପଚାଶ ରୁ ଉର୍ଦ୍ଧ ଭକ୍ତ ସାମିଲ ହୋଇଛନ୍ତି |କୋଭିଡ୍ ନିୟମ ଅନୁସାରେ ମୁହଁରେ ମାସ୍କ, ସାମାଜିକ ଦୂରତା ପାଳନ କରି ଵେଶ୍ ଶାନ୍ତି ଶୃଙ୍ଖଳା ରେ ପାଳନ କରି ଆସୁଛନ୍ତି।

Comments (0)
Add Comment